Sunday , March 26 2023
Breaking News
Home / ରାଜନୀତି / କଂଗ୍ରେସ ପକ୍ଷରୁ ଗ୍ରାହକଙ୍କ ଦସ୍ତଖତ ଅଭିଯାନ 

କଂଗ୍ରେସ ପକ୍ଷରୁ ଗ୍ରାହକଙ୍କ ଦସ୍ତଖତ ଅଭିଯାନ 

ଗରଦପୁର, ୨୦/୦୭/୨୦୨୧(ଓଡ଼ିଶା ସମାଚାର)- ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସ ର ଆକାଶ ଛୁଆଁ ଦର ବୃଦ୍ଧି ଘଟିଛି । ଏହାର ପ୍ରତିବାଦରେ ଜାତୀୟ କଂଗ୍ରେସ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି । ଏହି କ୍ରମରେ ଆଜି ପାଟକୁରା କଂଗ୍ରେସ ପକ୍ଷରୁ ଗରଦପୁର ବ୍ଲକ୍ ନିକଟରେ ଥିବା ପେଟ୍ରୋଲ ପମ୍ପ ସମ୍ମୁଖରେ ଗ୍ରାହକ ମାନଙ୍କ ଦସ୍ତଖତ ଅଭିଯାନ କରାଯାଇଛି । ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋଙ୍କ ନେତୃତ୍ୱରେ ବ୍ଲକ କଂଗ୍ରେସ ସଭାପତି ଜ୍ୟୋତିରଂଜନ ପରିଡ଼ା, ସଂଗ୍ରାମ ପୃଷ୍ଟି, ମନୋଜ ମହାନ୍ତି , ଗୟାଧର ପ୍ରଧାନ, ନୀରଂଜନ ରାଉତ, ପ୍ରତାପ ଲେଙ୍କା, ରବିନାରାୟଣ ପତି, ଅଶୋକ ଲେଙ୍କା,ରଂଜନ ପରିଜା, ରମାକାନ୍ତ ସ୍ୱାଇଁ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷା ମିତା ବେହେରା, ଶଙ୍କଷ;ଣ ମଲିକ, ଅମରେନ୍ଦ୍ର ସାହୁଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.