Sunday , October 1 2023
Home / ବିଶେଷ / ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସାମାଜିକ କାର୍ଯ୍ୟ ଜାରୀ

ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସାମାଜିକ କାର୍ଯ୍ୟ ଜାରୀ

ପାରାଦୀପ,୧୯/୦୭/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ତଥା ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସାମାଜିକ କାର୍ଯ୍ୟ ଜାରୀ ରହିଛି । ଏହି ଅବସରରେ ରବିବାର ଦିନ ନୂଆବଜାର ସ୍ଥିତ ବିଜୁ ମେମୋରିଆଲ ଟ୍ରଷ୍ଟ ପରିସରରେ କରୋନା ଯୋଦ୍ଧା ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା ଆଇନଜୀବୀ ସୁରେଶ ଚନ୍ଦ୍ର ଦାଶ, ପାରାଦୀପର ପୂର୍ବତନ ପୌରପାଳ ତଥା ବିଜେଡି ସଭାପତି ବସନ୍ତ ବିଶ୍ୱାଳ, ଆଇନଜୀବୀ ସଂଜୟ କୁମାର ବେହେରା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆଗାମୀ ଦିନରେ ପାରାଦୀପ ଅଂଚଳର ଦିବ୍ୟାଙ୍ଗ ମାନଙ୍କୁ ଟ୍ରାଇ-ସାଇକେଲ ବଂଟନ କରାଯିବାର ଯୋଜନା ଥିବା ଟ୍ରଷ୍ଟର ସଭାପତି ସଚିତ୍ର କୁମାର ରାଉତ କହିଛନ୍ତି । ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ସାମ୍ବାଦିକ ମାନଙ୍କୁ ମାସ୍କ, ସାନିଟାଇଜର ଆଦି ପ୍ରଦାନ କରାଯାଇଥିଲା । ଏହାପରେ ପାରାଦୀପର ବିଭିନ୍ନ ବସ୍ତି ଅଂଚଳ ଓ ବସ ଷ୍ଟାଣ୍ଡ ନିକଟରେ ରହୁଥିବା ମାନସିକ ବିକାରଗ୍ରସ୍ତ ଲୋକମାନଙ୍କୁ ରନ୍ଧାଖାଦ୍ୟ ବଂଟନ କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *