Tuesday , December 7 2021
Breaking News
Home / ବିଶେଷ / ରୋଟାରୀ ଆନ୍ଦୋଳନ ବ୍ୟାପକ ହେଲେ ସମାଜରୁ କୁସଂସ୍କାର ହଟିବ : ନିରଞ୍ଜନ ପଟ୍ଟନାୟକ

ରୋଟାରୀ ଆନ୍ଦୋଳନ ବ୍ୟାପକ ହେଲେ ସମାଜରୁ କୁସଂସ୍କାର ହଟିବ : ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର,୧୯/୦୭/୨୦୨୧(ଓଡ଼ିଶା ସମାଚାର)- ରୋଟାରୀ କ୍ଲବ ଭୁବନେଶ୍ୱର ସେଂଟ୍ରାଲ ର ଅଧିଷ୍ଠାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ରୋଟାରିଆନ ତଥା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ ଯେ, ସମାଜସେବା କ୍ଷେତ୍ରରେ ସାରା ବିଶ୍ୱରେ ରୋଟାରୀ ଅନୁଷ୍ଠାନ ଯଥେଷ୍ଟ ସୁନାମ ଅର୍ଜନ କରିଛି । ପୋଲିଓ ଭଳି ଏକ ରୋଗ ବିରୁଦ୍ଧରେ ରୋଟାରୀ ଯେଉଁ ସଂକଳ୍ପ ନେଇ କାର୍ୟ୍ୟ କଲା ତାହା ସାରା ବିଶ୍ୱ ଜାଣିଛି । ବର୍ତମାନ ସମୟ ଆସିଛି, କୁସଂସ୍କାର ବିରୁଦ୍ଧରେ ରୋଟାରିଆନମାନେ କାର୍ୟ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ ।
ମୁଖ୍ୟବକ୍ତା, ଭାରତବର୍ଷର ଅନନ୍ୟ ସଂସ୍କୃତ ବିଦ୍ୱାନ ପ୍ରଫେସର ହରେକୃଷ୍ଣ ଶତପଥୀ କହିଲେ ଯେ, ସେବା ଏକ ଅନ୍ତର୍ନହିତ ଇଚ୍ଛାଶକ୍ତିର ପରିପ୍ରକାଶ । ରୋଟାରୀରେ କାର୍ୟ୍ୟ କରୁଥିବା ସଦସ୍ୟ ସଦସ୍ୟା ମାନଙ୍କର ନିସ୍ୱାର୍ଥପର ସେବାର ସେ ବହୁ ଉଦାହରଣ ଦେଇଥିଲେ । ସମ୍ମାନିତ ଅତିଥି ଦିବ୍ୟଜୀବନ ସଂଘର ସନ୍ଥ, ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ, ପୂର୍ବ ପ୍ରଶାସକ ତଥା ପୂର୍ବ ଜିଲ୍ଲା ଗଭର୍ଣ୍ଣର ନରେନ୍ଦ୍ର କୁମାର ମିଶ୍ର କହିଥିଲେ ଯେ, ସେବାର, କିଛି ପ୍ରକାର ଭେଦ ନାହିଁ । ମନୋବୃତି ଉପରେ ନିର୍ଭର କରେ । ତୁଷାର୍ତକୁ ଜଳ ଦେବା ଯେପରି ସେବା, ରୋଗୀର ସୁସ୍ଥ କଥା ବୁଝିବା ମଧ୍ୟ ସେବା ।
ଆଜିର ଅଧିଷ୍ଠାନ ଉତ୍ସବରେ ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ ସଭାପତି ଦାୟିତ୍ୱ ଡଃ ଆର୍ୟ୍ୟକୁମାର ଜ୍ଞାନେନ୍ଦ୍ରଙ୍କୁ ୨୦୨୧-୨୨ ବର୍ଷ ପାଇଁ ଅର୍ପଣ କରିଥିଲେ । ରୋଟାରୀ ଏଡିଜି ସୁବ୍ରତ କୁମାର ମିଶ୍ର, ନୂତନ ସଦସ୍ୟା ଭାବେ, ଚଳଚ୍ଚିତ୍ର ତଥା ନାଟ୍ୟ ନିର୍ଦ୍ଧେଶିକା ଶ୍ରୀମତୀ ବିୟୋତପ୍ରଜ୍ଞା ତ୍ରିପାଠୀଙ୍କୁ ଗ୍ରହଣ କରାଗଲା ବୋଲି ଘୋଷଣା କରିବା ପରେ ଡଃ ନିବେଦିତା ପଟ୍ଟନାୟକ, ଶ୍ରୀମତୀ ତି୍ରପାଠୀଙ୍କୁ ରୋଟାରୀ ପଦକ ପ୍ରଦାନ କରିଥିଲେ । ନିର୍ବାଚିତ ସଭାପତି ଡଃ ସøରେନ୍ଦ୍ର କୁମାର ମହାପାତ୍ର ଅତିଥି ପରିଚୟ, ପୂର୍ବତନ ସମ୍ପାଦକ ଶେଖର ସାମନ୍ତରାୟ ବିବରଣୀ ପାଠ ଓ ସମ୍ପାଦକ ଜ୍ୟୋତିପ୍ରକାଶ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ ଆରତୀ ଜ୍ଞାନେନ୍ଦ୍ର, ଶ୍ରୀମତୀ ନମିତା ମହାପାତ୍ର, ମିତ୍ରା ରାୟ, ସ୍ୱାଗତ ରାଉତରାୟ, ପୂର୍ବତନ ଆଇ.ଜି. ଅରୁଣ କୁମାର ଉପାଧ୍ୟାୟ, ପଣ୍ଡିତ ବିନୋଦ ବିହାରୀ ଦାସ, ମନୋଜ ରଥ ଓ ଡଃ ମନୋଜ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଶୋକ ସମାଚାର : ପଦ୍ମଶ୍ରୀ ପଦ୍ମଶ୍ରୀ ନନ୍ଦ ସାର ଙ୍କ ପରଲୋକ

ଭୁବନେଶ୍ୱର,୦୭/୧୨/୨୦୨୧ (ଓଡ଼ିଶା ସମାଚାର)- ଶତାୟୁ ପୁରୁଷ,ସୁକିନ୍ଦା ଅଂଚଳର ଶିକ୍ଷାର ଆଲୋକ ବର୍ତିକା,ପଦ୍ମଶ୍ରୀ ପଦ୍ମଶ୍ରୀ ନନ୍ଦ ସାର ପରଲୋକ ଗମନ କରିଛନ୍ତି …

Leave a Reply

Your email address will not be published. Required fields are marked *