Wednesday , October 4 2023
Breaking News
Home / ବିଶେଷ / ରାଷ୍ଟ୍ରୀୟ ମଧ୍ୟବିତ ପରିବାର ମହାସଂଘର ଜନସଭା

ରାଷ୍ଟ୍ରୀୟ ମଧ୍ୟବିତ ପରିବାର ମହାସଂଘର ଜନସଭା

କେନ୍ଦ୍ରାପଡ଼ା, ୧୯/୦୭/୨୦୨୧(ଓଡ଼ିଶା ସମାଚାର)- ମଧ୍ୟବିତ ବର୍ଗର ବିଭିନ୍ନ ମୌଳିକ ସମସ୍ୟା ନେଇ ଯଥା ସାମାଜିକ ସମାନତା ଓ ଅର୍ଥନୈତିକ ସୁରକ୍ଷା ପାଇଁ ରାଷ୍ଟ୍ରୀୟ ମଧ୍ୟବିତ ପରିବାର ମହାସଂଘର କେନ୍ଦ୍ରାପଡା ଜିଲ୍ଲାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମଧ୍ୟବିତ ବର୍ଗଙ୍କ ଅର୍ଥନୈତିକ ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା । ମହାସଂଘର କେନ୍ଦ୍ରାପଡା ଜିଲ୍ଲା ସଭାପତି ନିରଞ୍ଜନ ପରିଡା ଭାରତ ସରକାରଙ୍କ ଉଦେଶ୍ୟରେ ଏକ ବାରସୁତ୍ରୀ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହି ସ୍ମାରକପତ୍ରରେ ଏକ ସ୍ୱତନ୍ତ୍ର ଆଇନ ବଳରେ କେନ୍ଦ୍ରାପଡାର ବେରୋଜଗାରୀ ଓ ଗରିବମାନଙ୍କୁ ଚିହ୍ନଟ କରି ପଡୋଶୀ ଶିଳ୍ପ ସମୃଦ୍ଧ ଜିଲ୍ଲା ଜଗତସିଂହପୁରର ନିଯୁକ୍ତି କ୍ଷେତ୍ରରେ ଅଗ୍ରାଧିକାର ପ୍ରଦାନ କରାଯିବାକୁ ଦାବି କରାଯାଇଛି । ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରୀୟ ମଧ୍ୟବିତ ପରିବାର ମହାସଂଘର ଆଜିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଂଘର ରାଜ୍ୟ ସଭାପତି ପ୍ରଦୀପ ମିଶ୍ରଙ୍କ ସମେତ ରୀନାରାଣି ପରିଡା, ହରେକୃଷ୍ଣ ପାତ୍ର, ସୁଶିଲ ରାଉତ, ପ୍ରତାପ ମହାନ୍ତି, ସାଗର ଜେନା, ଅମର ମହାପାତ୍ର, ଶିବାଶିଷ ମହାନ୍ତି, ବାସନ୍ତୀ ମହାପାତ୍ର, ଫକିର ଚରଣ ଖଟୁଆ, ବିଧୁଭୂଷଣ ମହାପାତ୍ର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *