Wednesday , May 31 2023
Home / ବିଶେଷ / ମୃତ ଶିକ୍ଷକ ସୁଶାନ୍ତଙ୍କ ପରିବାରକୁ ସମବେଦନା ଜ୍ଞାପନ କଲା ଜିଲ୍ଲା ଶିକ୍ଷକ ସଂଘ

ମୃତ ଶିକ୍ଷକ ସୁଶାନ୍ତଙ୍କ ପରିବାରକୁ ସମବେଦନା ଜ୍ଞାପନ କଲା ଜିଲ୍ଲା ଶିକ୍ଷକ ସଂଘ

କେନ୍ଦ୍ରାପଡ଼ା, ୧୯/୦୭/୨୦୨୧(ଓଡ଼ିଶା ସମାଚାର)- କରୋନାରେ ମୃତୁ୍ୟବରଣ କରିଥିବା ଶିକ୍ଷକ ସୁଶାନ୍ତ କୁମାର ମଲ୍ଲିକଙ୍କ ପରିବାରକୁ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ଏକ୍ସ କ୍ୟାଡର ସହକାରୀ ଶିକ୍ଷକ,ଶିକ୍ଷୟତ୍ରୀ ସଂଘ ପକ୍ଷରୁ ସମବେଦନା ଜ୍ଞାପନ ସହ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଶିକ୍ଷକ ସ୍ୱର୍ଗତ ମଲ୍ଲିକଙ୍କ ପାଇବାକୁ ଥିବା ବକେୟା ଦେୟ, ଜି.ଆଇ.ଏସ. ସମେତ ଅନ୍ୟାନ୍ୟ ସରକାରୀ ସହାୟତା ପାଇଁ ସଂଘ ପକ୍ଷରୁ ଉଦ୍ୟମ କରାଯାଉଛି ବୋଲି ସଂଘ କହିଛି । ଏତଦବ୍ୟତିତ ଅନ୍ୟାନ୍ୟ ଆବଶ୍ୟକ ସମୟରେ ସଂଘ ତାଙ୍କ ପରିବାର ପାଖରେ ଠିଆହେବ ବୋଲି ପ୍ରତିଶୃତି ଦେଇଛି । ସଂଘ ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକର ସୁଧାଂଶୁ ଶେଖର ଷଡଙ୍ଗୀ, ଅଚୁ୍ୟତାନନ୍ଦ ରାଉତ, ରାମଚନ୍ଦ୍ର ଦାସ, ସରୋଜ ନାୟକ, ଅର୍ଜ୍ଜୁନ ଚରଣ ଦାସ, ତପୁରଞ୍ଜନ ବେହେରା, ରସାନନ୍ଦ ମହାନ୍ତି, କ୍ଷୀରୋଦ ସେଠୀ, ସର୍ବେଶ୍ୱର ସ୍ୱାଇଁ, ଶ୍ରୀଚନ୍ଦନ ଓଝା ଏବଂ ମହାସଂଘର ଜିଲ୍ଲା ସଭାପତି ଆଲୋକ ଦେବବ୍ରତ ସତ୍ୟବ୍ରତ ରାୟ, କାର୍ଯ୍ୟକାରୀ ସଭାପତି ଅମରେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ମଲ୍ଲିକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.