ପାରାଦୀପ,୧୯/୦୭/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଇଫକୋ ୟୁନିଟ୍ ର ଷ୍ଟୋର ଇନଚାର୍ଜ ଭାବେ କାର୍ଯ୍ୟ କରୁଥିବା ରମାକାନ୍ତ ମିଶ୍ର ଙ୍କ ପରିବାର କୁ କାର୍ ରେ ନେଇ ଯାଉଥିବା ବେଳେ ଗାଡି ଚାଳକ ପ୍ରତାପ ସେଠୀ ଙ୍କର କୁଜଙ୍ଗ ନିକଟସ୍ଥ ତାଳଦଣ୍ଡା ନିକଟରେ କାର୍ ଟି ଦୂର୍ଘଟଣା ର ଶୀକାର ହୋଇଥିଲା । ଦୂର୍ଘଟଣା ରେ ଷ୍ଟୋର ଇନଚାର୍ଜ ରମାକାନ୍ତ ମିଶ୍ର ଓ ଗାଡି ଚାଳକ ପ୍ରତାପ ସେଠୀ ଙ୍କର ମୃତ୍ୟୁ ହୋଇଥିଲା ଓ ଅନ୍ୟ ଦୁଇଜଣ ଗୁରୁତ୍ୱର ଆହତ ହୋଇ କଟକ ସ୍ଥାନାନ୍ତରିତ ହୋଇଥିଲେ । ପ୍ରତାପ ଇଫକୋ ରେ ଷ୍ଟୋର କିପର ଭାବେ କାମ କରୁଥିଲେ । ରମାକାନ୍ତ ଙ୍କ କହିବା ପରେ ପ୍ରତାପ ରମାକାନ୍ତ ଓ ତାଙ୍କ ପରିବାର କୁ ଭୂବନେଶ୍ୱର ଛାଡିବାକୁ ଯାଉଥିଲେ ବୋଲି ପ୍ରତାପ ଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା । ପ୍ରତାପ ଙ୍କ ଶବ ବ୍ୟବଛେଦ ହୋଇ ଫେରିବା ପରେ ପରିବାରଙ୍କ ସହ ପ୍ରତାପଙ୍କ ନିଜ ଗାଁ ବାଲିଡିଆ ଗ୍ରାମବାସୀମାନେ ଶନିବାର ବିଳମ୍ବିତ ରାତି ରେ ଇଫକୋ ଗେଟ୍ ସମ୍ୁଖ ରେ ଧାରଣା ଦେଇଥିଲେ । ଫଳରେ ଇଫକୋ କୁ ଯାତାୟତ ସମ୍ପୁର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା । ପ୍ରତାପ ତାଙ୍କ ପରିବାର ର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ତାଙ୍କ ପରିହାର କୁ କ୍ଷତିପୂରଣ ଓ ଜଣକୁ ନିଯୁକ୍ତି ଦାବୀ କରି ଗ୍ରାମବାସୀ ଓ ପରିବାର ବର୍ଗ ଇଫକୋର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ଫଳରେ ଇଫକୋ ସାରକାରଖାନା ରୁ ସାର ପରିବହନରେ ବାଧା ପ୍ରାପ୍ତ ହୋଇଥିଲା । ରବିବାର ପୂର୍ବାହ୍ନରେ ଆଲୋଚନା ପରେ ମୃତ ପରିବାରକୁ ୩ଲକ୍ଷ ୨୦ହଜାର ଟଙ୍କା, ପିଲା ମାନଙ୍କ ପାଠପଢା, ଶବ ସଂସ୍କାର ପାଇଁ ୧୨ହଜାର ଅର୍ଥରାଶି ପ୍ରଦାନ ସହିତ ପରିବାରରୁ ଜଣଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରତିଶୃତି ମିଳିବା ପରେ ରାସ୍ତା ଅବରୋଧ ହଟିଥିବା ପାରାଦୀପ ଆଦର୍ଶ ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର କହିଛନ୍ତି । ଓଡ଼ିଶା ସମାଚାର