ଭୁବନ ୧୯/୦୭/୨୦୨୧(ଓଡ଼ିଶା ସମାଚାର)- ଗତ ୨୦୨୦ ଅକ୍ଟୋବର ମାସ ୨୫ ତାରିଖ ଦିନ ଭୁବନ ଏନଏସି ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ବରାଳ ହୃଦଘାତରେ ପରଲୋକ ଗମନ କରିବାର ଦୀର୍ଘ ୯ ମାସ ପରେ ଆଜି ଦୁର୍ଯୋଧନ ସାହୁ ନୂତନ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି । ଶ୍ରୀଯୁକ୍ତ ସାହୁ ଏହା ପୂର୍ବରୁ ଅନୁଗୁଳ ତହସିଲର ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟ କରି ଜଣେ ଦକ୍ଷ ଅଫିସର ଭାବେ ସୁନାମ ଅର୍ଜନ କରିଥିଲେ । ୯ ମାସ କାଳ ଭୁବନ ଏନଏସିରେ ନିର୍ବାହୀ ଅଧିକାରୀ ନଥିବାରୁ ତହସିଲଦାର ପ୍ରଭାସ କୁମାର ବେହୁରା ନିର୍ବାହୀ ଅଧିକାରୀ ଓ ଉପଜିଲ୍ଲାପାଳ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ନଗରପାଳ ଦାୟିତ୍ୱରେ ରହିଥିଲେ (ଇତି ମଧ୍ୟରେ ଉପଜିଲ୍ଲାପାଳଙ୍କର ଅନ୍ୟତ୍ର ବଦଳି ହୋଇଛି) । ଫଳରେ ୯ ମାସ କାଳ ଅଫିସ ସଂପୂର୍ଣ୍ଣ ସ୍ଥାଣୁ ଅବସ୍ଥାରେ ରହିଥିଲା ଓ ସାଧାରଣ ଜନତା ସର୍ବନିମ୍ନ ମୌଳିକ ସୁବିଧା ପାଇବାରୁ ବଂଚିତ ହେଉଥିଲେ । ପ୍ରଥମ ଥର ପାଇଁ ଜଣେ (ଓଏଏସ) ଓଡିଶା ପ୍ରଶାସନିକ ସେବା ଅଧିକାରୀ ଏନଏସି ନିର୍ବାହୀ ଅଧିକାରୀ ଭାବେ ଯୋଗଦେଇଥିବାରୁ ଏନଏସିରେ ଚାଲିଥିବା ମାତ୍ରାଧିକ ଦୁର୍ନୀତି ,ପ୍ରିୟାପ୍ରୀତିର ପରିସମାପ୍ତି ଘଟିବ ଓ ସାଧାରଣ ଜନତା ଉପକୃତ ହେବେ ବୋଲି ବୁଦ୍ଧିଜୀବୀ ମାନେ ଆଶା କରୁଛନ୍ତି । ଓଡ଼ିଶା ସମାଚାର