Tuesday , October 3 2023
Breaking News
Home / ରାଜନୀତି / ବାଲିଗୁଡା: ବ୍ଲକ ବିଜେଡି ସଭାପତିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା 

ବାଲିଗୁଡା: ବ୍ଲକ ବିଜେଡି ସଭାପତିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା 

ବାଲିଗୁଡା, ୧୯/୦୭/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ସମଗ୍ର କନ୍ଧମାଳ ଜିଲ୍ଲା ବିଜେଡ଼ି ବ୍ଲକ୍ ସଭାପତି ମାନଙ୍କ ନାମ ଘୋଷଣା କରିଛନ୍ତି। ସେଥିରେ ବାଲିଗୁଡ଼ା ବ୍ଲକ୍ ସଭାପତି ଟୁନା ଦାସ ଓ ତୁମୁଡ଼ିବନ୍ଧ ବ୍ଲକ୍ ସଭାପତି ପ୍ରମୋଦ କୁମାର ସାହୁ ପୁଣି ଥରେ ମନୋନୀତ ହୋଇଛନ୍ତି । ଏ ନେଇ ବାଲିଗୁଡା ନଗର ପକ୍ଷରୁ ବ୍ଲକ ବିଜେଡି ସଭାପତି ଟୁନା ଦାସ ଓ ପ୍ରମୋଦ କୁମାର ସାହୁଙ୍କୁ ପୁଷ୍ପଗୁଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା  ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ବାଲିଗୁଡା ବିଧାୟକ ଚକ୍ରମଣି କହଁର ଓ କନ୍ଧମାଳ ବିଜେଡ଼ି ଜିଲ୍ଲା ସଭାପତି ସରୋଜ କର୍ଣ୍ଣ ଙ୍କୁ ମଧ୍ୟ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମ ବାଲିଗୁଡ଼ା ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଅୟୋଜନ ହୋଇଥିଲା। ବାଲିଗୁଡ଼ା ଏନଏସି ବିଧାୟକ ପ୍ରତିନିଧି ଅବନିକାନ୍ତ ନାୟକ, ବାଲିଗୁଡ଼ା ନଗର ସଭାପତି ସୁଜିତ କୁମାର ପାଳ, କୁମର ଦଣ୍ଡିଆ, ଦିଲ୍ଲୀପ ବେହେରା, ମନୋରଞ୍ଜନ ନାୟକ, ବରଦା ପ୍ରସାଦ ମିଶ୍ର,ପଦ୍ମନାଭ ପାଣିଗ୍ରାହି ଙ୍କ ସମେତ  ବହୁ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ। ଓଡିଶା ସମାଚାର

Leave a Reply

Your email address will not be published. Required fields are marked *