ନିଶ୍ଚିନ୍ତକୋଇଲି, ୧୯/୦୭/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )- ବର୍ଷିଆନ ସାମ୍ବାଦିକ ଗୋଲକ ଚନ୍ଦ୍ର ସୂତାର ଗୁରୁତର ଅସୁସ୍ଥ ହୋଇ ବର୍ତମାନ ଶଯ୍ୟାଶାୟୀ ଅବସ୍ଥା ରେ ମାହାଙ୍ଗା ବ୍ଲକ ଗୋପାଳପୁର ନିକଟ ସାହା ନିଆଜପୁର ବାସଭବନ ରେ ଥାଇ ଚିକିତ୍ସାଧୀନ ଅଛନ୍ତି. । ସାମ୍ବାଦିକ ଶ୍ରୀ ସୂତାର ଦୀର୍ଘ ଦିନ ଧରି ମାତୃଭୂମି ର ମାହାଙ୍ଗା ଅଂଚଳ ର ସାମ୍ବାଦିକ ଭାବେ କାର୍ୟ୍ୟ କରି ଥିଲେ । ସେ ମଧ୍ୟ ସରକାରୀ ସ୍ୱୀକୃତି ପ୍ରାପ୍ତ ସାମ୍ବାଦିକ ଥିଲେ । ରାଜ୍ୟ ର ବିଭିନ୍ନସାମାଜିକ ଓ ସାମ୍ବାଦିକ ସଂଗଠନ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି । ଶ୍ରୀ ସୂତାର ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ର ଉପସଭାପତି ଭାବେକାର୍ୟ୍ୟ କରିଛନ୍ତି । ସମ୍ପ୍ରତି ଗୁରୁତର ଅସୁସ୍ଥ ଶ୍ରୀ ସୂତାର ଙ୍କ ବୟସ ୯୦ବର୍ଷ ବୋଲି ପରିବାର ସୂତ୍ରରୁ ଜଣାପଡିଛି. ତେବେ ରାଜ୍ୟ ସରକାର ଙ୍କ ପକ୍ଷରୁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରାଯିବା କୁ ନିବେଦନ କରାଯାଇଛି । ଓଡ଼ିଶା ସମାଚାର