Tuesday , October 3 2023
Breaking News
Home / ବିଶେଷ / ଡ୍ରାଇଭର ମହାସଙ୍ଘ ତରଫରୁ କ୍ଷତି ଗ୍ରସ୍ତ ଡ୍ରାଇଭର ପରିବାରକୁ  ସହାୟତା

ଡ୍ରାଇଭର ମହାସଙ୍ଘ ତରଫରୁ କ୍ଷତି ଗ୍ରସ୍ତ ଡ୍ରାଇଭର ପରିବାରକୁ  ସହାୟତା

ମାହାଙ୍ଗା, ୧୯/୦୭/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )-ମହାଭାରତରେ ଶ୍ରୀକୃଷ୍ଣ ଅର୍ଜୁନଙ୍କ ରଥରେ ସାରଥୀ ସାଜିଥିଲେ,ମାତ୍ର  କଳିଯୁଗ ରେ ରଥବଦଳରେ ଚାଲିଛି ମୋଟର ଗାଡି , ସାରଥୀ ପଦ ବି ପାଇଛି  ଡ୍ରାଇଭର ।ଏହି ଡ୍ରାଇଭର ନଥିଲେ ଆଜିକାଲି ମାଲପରିଵହନ,  ଆମ୍ବୁଲାନ୍ସ ସେବା,  ବସଚଳାଚଳ, ସରକାରୀ ଗାଡ଼ିଚଳାଚଳ, ଆଦି  ହୋଇପାରନ୍ତା ନାହିଁ ।  କରୋନା ସମୟ ରେ ବସ,   ଟ୍ୟାକ୍ସି ଆଦି  ଗାଡ଼ି ଚଳାଚଳ ବନ୍ଦଥିବା ବେଳେ କିଛି ଡ୍ରାଇଭର ଘରେ ବସି ରହିବାରୁ ପରିବାର ଚଳେଇବା ରେ ସମ୍ପୂର୍ଣ୍ଣ ଅସମର୍ଥ ଅଛନ୍ତି।

   ଓଡିଶା ଡ୍ରାଇଭର ମହାସଂଘ ମାହାଙ୍ଗା ଗଠନ ହୋଇ ଯେଉଁ ଡ୍ରାଇଭର ଅସୁବିଧାରେ ଅଛନ୍ତି ସେମାନଙ୍କୁ ମହାଙ୍ଗା ଡ୍ରାଇଭର ମହାସଂଘ ସାହାଯ୍ୟର ହାତବଢ଼ାଉଛନ୍ତି । ସେମିତି  ମାହାଙ୍ଗା ବ୍ଲକ ମଉଦା ଗ୍ରାମର ଡ୍ରାଇଭର  ରତିକାନ୍ତ  କିଛିଦିନ ତଳେ ସଡ଼କ ଦୁର୍ଘଟଣା  ରେ ଗୋଡ଼ଟି ଭାଙ୍ଗିଯାଇ ମେଡିକାଲ ରେ ଚିକିତ୍ସିତ ହୋଇ ଘରକୁ ଫେରିବା ଖବର ପାଇ ମାହାଙ୍ଗା ଡ୍ରାଇଭର ସଂଘ ପହଁଚି ତାଙ୍କ ପରିବାର କୁ ଆର୍ଥିକ ସହାୟତା ପ୍ରଦାନ  କରିଥିଲେ ।  ଡ୍ରାଇଭର ମାନଙ୍କୁ ସରକାର ଅଣଦେଖା କରୁଛନ୍ତି । ଡ୍ରାଇଭର ମାନଙ୍କୁ କରୋନା ସମୟରେ କରନାଯୋଦ୍ଧା ଏବଂ କିଛି ସହାୟତରାଶି ପ୍ରଦାନ କରନ୍ତୁ ବୋଲି ମାହାଙ୍ଗା ଅଞ୍ଚଳ ର  ଡ୍ରାଇଭର ମାନେ ସରକାର ଙ୍କ ନିକଟରେ  ଦାବି ଜଣାଇଛନ୍ତି   । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *