Friday , August 12 2022
Breaking News
Home / ରାଜନୀତି / ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଜେଡି ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଜେଡି ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

 ବାଲିଗୁଡା,୧୯/୦୭/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀର ଚାରୋଟି ବ୍ଲକ ଓ ଗୋଟିଏ ଏନଏସି ର ନୂତନ ଭାବେନିଯୁକ୍ତି ପାଇଥିବା ସଭାପତି ମାନଙ୍କୁ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ବିଧାୟକ ସଲୁଗା ପ୍ରଧାନ ଫୁଲ ତୋଡା ଦେଇ ଅଭିନନ୍ଦନ ଜଣାଇଥିଲେ । ନବ ନିର୍ବାଚିତ ସଭାପତି ରାଇକିଆ ବ୍ଲକ ବିଜୁ ଜନତା ଦଳର ସଭାପତି ରାଜ ମୋହନ ଦିଗଲ , ଟିକାବାଲି ବ୍ଲକ ସଭାପତି ରୋଦନ ମଳିକ, ଘୁ.ଉଦୟଗିରି ବ୍ଲକ ସଭାପତି ଲିଙ୍ଗରାଜ କହଁର , ଦାରିଙ୍ଗବାଡି ବ୍ଲକ ସଭାପତି ଜ୍ୟୋତିରାଜ ପ୍ରଧାନ ଓ ଘୁ.ଉଦୟଗିରି ଏନଏସି ସଭାପତି ଗୋପାଳ କୃଷ୍ଣ ମହାପାତ୍ର ଙ୍କୁ ବିଧାୟକ ଶ୍ରୀ ପ୍ରଧାନଙ୍କୁ କୃତଜ୍ଞତା ଜଣାଇଥିଲେ। ବିଧାୟକ ସମସ୍ତ ସଭାପତିଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା  ଜଣାଇବା ସହ ଫୁଲତୋଡା ଦେଇ ବ୍ଲକ ଓ ଏନଏସସି ଅଞ୍ଚଳରେ ରାଜ୍ୟ ସରକାରଙ୍କର ଜନ ହିତକର ଯୋଜନାରେ ଜନତାଙ୍କର ବିକାଶରେ ନେତୃତ୍ୱ ନେବାକୁ ବ୍ଲକ ସଭାପତି ମାନଙ୍କୁ ଆହ୍ୱାନ ଦେଇଥିଲେ। ଏଥିରେ ବିଧାୟକ ପ୍ରତିନିଧି ଦୀପକ କୁମାର ସାହୁ ଙ୍କ ସମେତ ବହୁ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ। ଓଡିଶା ସମାଚାର

About admin

Check Also

ବିଜେଡ଼ି ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

ଗରଦପୁର, ୦୯/୦୮/୨୦୨୨(ଓଡ଼ିଶା ସମାଚାର)- ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ଗରଦପୁର ବ୍ଲକ୍ ଅନ୍ତର୍ଗତ ବଙ୍ଗାଳପୁର …

Leave a Reply

Your email address will not be published.