ପାରାଦୀପ,୧୯/୦୭/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଯାନ୍ତ୍ରିକ କୋଇଲା ବୋଝେଇ ପ୍ଲାନ୍ଟ ରେ ଜନୈକ ଶ୍ରମିକ ଙ୍କ ର କ୍ରେନ୍ ଚାପା ରେ ମୃତ୍ୟୁ ହୋଇଥିବା ନେଇ ପାରାଦୀପ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି । କିଛି ଦିନ ହେବ ମୃତ ଯୁବକ ସୌମ୍ୟରଞ୍ଜନ ପରିଡା(୨୦) ଯାନ୍ତ୍ରିକ କୋଇଲା ବୋଝେଇ ପ୍ଲାନ୍ଟ ରେ କାମ କରୁଥିଲେ । ରବିବାର ସକାଳ ପ୍ରାୟ ୪ଟା ସମୟରେ ସୌମ୍ୟରଞ୍ଜନ କାମ କରୁଥିବା ବେଳେ କ୍ରେନ୍ ରେ ଚାପି ହୋଇଯାଇଥିଲେ । ସେଠାରେ କାର୍ଯ୍ୟ କରୁଥିବା ତାଙ୍କ ସାଙ୍ଗ ପ୍ରସଂଜିତ ଦାସ ସୌମ୍ୟରଞ୍ଜନ ଙ୍କୁ ଅଠରବାଙ୍କୀସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଷୋଷଣା କରିଥିଲେ । ଏ ସଂପର୍କରେ ସୌମ୍ୟରଞ୍ଜନ ଙ୍କ ମାମୁଁ ପ୍ରଭାତ ପରିଡା ପାରାଦୀପ ଆଦର୍ଶ ଥାନା ରେ ଅଭିଯୋଗ କରିବା ପରେ ପୋଲିସ୍ ୧୪୩/୨୧ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଶବ ଜବତ ହେବା ସହ ବ୍ୟବଛେଦ ନିମନ୍ତେ ପଠାଯାଇଥିବା କହିଛନ୍ତି ପାରାଦୀପ ଆଦର୍ଶ ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର । ଓଡ଼ିଶା ସମାଚାର