Sunday , March 26 2023
Breaking News
Home / ବିଶେଷ / କେନ୍ଦ୍ରାପଡା ଜିଲ୍ଲାରେ ଆଶ୍ରିର୍ବାଦ ଯୋଜନାର ସଫଳ ରୂପାୟନ ପାଇଁ ବିଭିନ୍ନ ବ୍ଲକରେ ବୈଠକ ଦାୟୀତ୍ୱ ଅପସାରଣ କରାଯାଇଥିବା ପି.ଓ.ଆଇ.ସି.ଙ୍କ ବୈଠକରେ ଯୋଗଦାନ

କେନ୍ଦ୍ରାପଡା ଜିଲ୍ଲାରେ ଆଶ୍ରିର୍ବାଦ ଯୋଜନାର ସଫଳ ରୂପାୟନ ପାଇଁ ବିଭିନ୍ନ ବ୍ଲକରେ ବୈଠକ ଦାୟୀତ୍ୱ ଅପସାରଣ କରାଯାଇଥିବା ପି.ଓ.ଆଇ.ସି.ଙ୍କ ବୈଠକରେ ଯୋଗଦାନ

କେନ୍ଦ୍ରାପଡ଼ା, ୧୯/୦୭/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ରାଜ୍ୟ ସରକାରଙ୍କ ଆଶ୍ରିର୍ବାଦ ଯୋଜନାର ସଫଳ ରୂପାୟନ ପାଇଁ ଜିଲ୍ଲାର ବିଭିନ୍ନ ବ୍ଲକରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେକୌଣସି କାରଣରୁ ନିଜର ପିତାମାତା କିମ୍ବା ପରିବାରର ମୁଖ୍ୟ ରୋଜଗାରକ୍ଷମ ବାପା କିମ୍ବା ମା’ଙ୍କୁ ହରାଇଥିବା ଶିଶୁଙ୍କୁ ଥଇଥାନ କରାଯିବା ଉଦେଶ୍ୟରେ ଏହି ଯୋଜନା ପ୍ରଣୟନ କରାଯାଇଛି । ସେହି ଶିଶୁଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ ସହିତ ପ୍ରତିମାସରେ ୧୫ଶହ ଟଙ୍କା ସହାୟତା ଶିଶୁଟିକୁ ୧୮ବର୍ଷ ହେବା ପର୍ଯ୍ୟନ୍ତ ଯୋଗାଇ ଦିଆଯିବ । ଏଥିସହିତ ମାଗଣାରେ ରହିବା ଓ ଖାଇବା ମଧ୍ୟ ସେବାଯତ୍ନ ଅନୁଷ୍ଠାନ ପକ୍ଷରୁ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯିବ । ଉଚ୍ଚ ଶିକ୍ଷା ନିମନ୍ତେ ଗ୍ରୀନ ପାସେଜ ସହାୟତା ମଧ୍ୟ ସେହି ଶିଶୁଙ୍କୁ ମିଳିବାର ବ୍ୟବସ୍ଥା ରହିଛି । ଏହି ଯୋଜନାରେ ଶିଶୁଟିର ମା’ କୁ ମଧ୍ୟ ବିଧବା ଭତା ପ୍ରଦାନର ବ୍ୟବସ୍ଥା ରହିଛି । ଜିଲ୍ଲାର ଗରଦପୁର ବ୍ଲକରେ ଏହି ଯୋଜନା ସମ୍ପର୍କରେ ଗତ ଜୁନମାସ ୨୫ତାରିଖରେ ବୈଠକ ଅନୁଷ୍ଠିତ ହୋଇଯାଇଛି । କିନ୍ତୁ ଅତ୍ୟନ୍ତ ଆଶ୍ଚର୍ଯ୍ୟର କଥା ସେହି ବୈଠକରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କାର୍ଯ୍ୟରୁ ଅନ୍ତର ହୋଇଥିବା ପି.ଓ. ଆଇ.ସି. ବାଦଲ ଦାଶ ଯୋଗଦେଇଥିବା ଜଣାପଡିଛି । ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଉପଜିଲ୍ଲାପାଳ ଶ୍ରୀ ଦାଶଙ୍କ ଠାରୁ ସମସ୍ତ ଦାୟୀତ୍ୱ ଓ କ୍ଷମତା ଅପସାରଣ କରାଯାଇଥିବା ବେଳେ ସେ କିଭଳି ଏହି ବୈଠକରେ ଯୋଗଦେଲେ ତାହା ଆଶ୍ଚର୍ଯ୍ୟ ଚକିତ କରିଛି । ଏସମ୍ପର୍କରେ ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କୁ ପଚରାଯିବାରେ ଶ୍ରୀ ଦାସ କୁହନ୍ତି ଯେ ପୂର୍ବତନ ପି.ଓ.ଆଇ.ସି. ବାଦଲ ଦାଶଙ୍କ ଠାରୁ ପି.ଓ.ଆ.ସି.ର ଦାୟୀତ୍ୱ ଓ କ୍ଷମତା ଅପସାରଣ କରାଯାଇଛି । କିନ୍ତୁ ତାଙ୍କୁ କାର୍ଯ୍ୟାଳୟର ଅନ୍ୟକାମ କରିବାକୁ ବାରଣ କରାଯାଇନାହିଁ । ତେଣୁ ସେ ଗରଦପୁର ବ୍ଲକରେ ଅନୁଷ୍ଠିତ ଆଶ୍ରିର୍ବାଦ ଯୋଜନା ସମ୍ପର୍କିତ ବୈଠକରେ ଯୋଗଦେବା ସହ ଅନ୍ୟାନ୍ୟ କାମ କରୁଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପି.ଓ.ଆଇ.ସି. ଏକ ସ୍ଥାୟୀ ସରକାରୀ ପଦ ହୋଇନଥିବା ବେଳେ ସେଭଳି ପଦରୁ ଦାୟୀତ୍ୱ ଅପସାରଣ କରାଯାଇଥିବା ଜଣେ କର୍ମଚାରୀ କିଭଳି ସେହି ବିଭାଗର କାର୍ଯ୍ୟ କେଉଁ ନିୟମ ବଳରେ କରୁଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.