Tuesday , March 28 2023
Breaking News
Home / ଶିକ୍ଷା / କେନ୍ଦ୍ରାପଡା କଲେଜ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡା କଲେଜ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା,୧୯/୦୭/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଉତ୍କଳ ବିଶ୍ୱ ବିଦ୍ୟାଳୟ ସିଣ୍ଡିକେଟ ସଭ୍ୟ ଭାବେ ମନୋନିତ ହୋଇଛନ୍ତି । ଏହା କେନ୍ଦ୍ରାପଡା ମହାବିଦ୍ୟାଳୟ ପାଇଁ ଏକ ଗୌରବର ବିଷୟ ହୋଇଥିବାରୁ କଲେଜର ମାଇଁ ଏନସିସି ଆଲୁମିନି ଆସୋସିଏସନ ପକ୍ଷରୁ ଡଃ. ତ୍ରିପାଠୀଙ୍କୁ ଭୁୟସୀ ପ୍ରସଂଶା କରାଯିବା ସହିତ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି । ଏଥିସହିତ ଡଃ. ତ୍ରିପାଠୀଙ୍କ ଉତରୋତର ଉନ୍ନତି ଓ ଦୀର୍ଘ ନିରାମୟ ଜୀବନ କାମନା କରାଯାଇଛି । ଏହି ଅବସରରେ ଆସୋସିଏସନର ସମ୍ପାଦକ ଚିନ୍ମୟ କୁମାର ବିଶ୍ୱାଳ, ଶ୍ରୀକାନ୍ତ ପୋଥାଳ, ରଶ୍ମିରଞ୍ଜନ ମହାରଣା, ଦେବକାନ୍ତ କର, ଚିତରଞ୍ଜନ ଦାସ, ପ୍ରଦିପ କୁମାର ସାହୁ, ଏମ.ଡି.ରିୟାଜୁଦ୍ଧିନ, ଅନୁପ କୁମାର ରାଉତ, ଦେବୀ ପ୍ରସନ୍ନ ସ୍ୱାଇଁ, ଅମିତ କୁମାର ସାହୁଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.