Saturday , April 1 2023
Breaking News
Home / ବିଶେଷ / ଅଢେଇ ମାସ ପରେ ବନ୍ଦର ନଗରୀ ରେ ବସ ସେବା ଆରମ୍ଭ

ଅଢେଇ ମାସ ପରେ ବନ୍ଦର ନଗରୀ ରେ ବସ ସେବା ଆରମ୍ଭ

ପାରାଦ୍ୱୀପ ୧୯/୦୭/୨୦୨୧(ଓଡ଼ିଶା ସମାଚାର)- କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ରାଜ୍ୟରେ ବିଭିନ୍ନ କଟକଣା ଲାଗୁ କରିଛନ୍ତି । ସଂକ୍ରମଣ ର ବୃଦ୍ଧି ଦୃଷ୍ଟିରୁ ଦୀର୍ଘ ଦିନ ହେବ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ସରକାର ବନ୍ଦ କରିଦେଇଥିଲେ । ତେବେ ସଂକ୍ରମଣ ହ୍ରାସ ଦୃଷ୍ଟିରୁ ଦୀର୍ଘ ଅଢେଇ ମାସ ପରେ ଜୁଲାଇ ୧୬ ତାରିଖରେ ଚିହ୍ନଟ ଜିଲ୍ଲା ମାନଙ୍କ ରେ ପୂନର୍ବାର ସରକାର ବସ ସେବା ଆରମ୍ଭ ର ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲା ତଥା ବନ୍ଦର ଓ ଶିଳ୍ପ ସହର ପାରାଦ୍ୱୀପ ରେ ସୋମବାର ଦିନ ଠାରୁ ବସ ସେବା ଆରମ୍ଭ ହୋଇଛି । ଏହି ସେବା ସମସ୍ତ କୋଭିଡ୍ ନିୟମ ଅନୁସରଣ ପୂର୍ବକ ହେଉଅଛି । ପାରାଦ୍ୱୀପ ର ପ୍ରାୟ ୫୦ରୁ ଉଦ୍ଧ୍ୱର୍ ବସ ମଧ୍ୟରୁ ପ୍ରଥମ ଦିନ ପ୍ରାୟ ୭ ରୁ ୮ ଖଣ୍ଡ ବସ ଚାଲିଥିଲା । ବସରେ ବିଶେଷ ଯାତ୍ରୀ ହେଉନଥିବା ବେଳେ କିଛି ଦିନ ପରେ ଏହା ସ୍ୱାଭାବିକ ହେବ ବୋଲି ବସ ମାଲିକ ମାନେ ଆଶା କରିଛନ୍ତି । ସୂଚନାଥାଉକି ଦୈନିକ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେତୁ ଏବେ କଟକ ୯୦ କିଲୋମିଟର ଯାତ୍ରା ପାଇଁ ଟିକେଟ୍ ର ମୂଲ୍ୟ ବୃଦ୍ଧି ପାଇ ୧୫୦ ଟଙ୍କା ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.