କଟକ, ୧୮/୦୭/୨୦୨୧(ଓଡ଼ିଶା ସମାଚାର)- କଟକ ସଦର ବ୍ଲକ ଉପକଣ୍ଠ କନ୍ଦରପୁର ପଞ୍ଚାୟତ ବମ୍ବୁରି ଗ୍ରାମର ବିଶିଷ୍ଟ ସମାଜସେବୀ,ଧର୍ମପରାୟଣ ବ୍ୟକ୍ତିତ୍ଵ ତଥା ସାହି ମୂରବୀ ଲକ୍ଷ୍ମୀଧର ପାତ୍ର(୬୧)ଙ୍କ ଅକାଳ ବିୟୋଗ ଘଟିଛି । ସ୍ବର୍ଗତ ପାତ୍ରଙ୍କ ବିୟୋରେ ନେତାଜୀ ୟୁଥ୍ କ୍ଲବର ପୂର୍ବତ୍ତନ ସଭାପତି ଉମାକାନ୍ତ ଭୂୟାଁ,ଦାସରଥି ପ୍ରସାଦ ଚୌଧୁରୀ,ପୂର୍ବତ୍ତନ ସଂପାଦକ ରମେଶ ଚନ୍ଦ୍ର ସିଂହ,ସଂନ୍ତୋଷ କୁମାର ଭୋଇ,ବର୍ତ୍ତମାନ ର ସଭାପତି ପ୍ରମୋଦ କୁମାର ରାଉତ,ସଂପାଦକ ଶୁଭେନ୍ଦୁ ବାରିକ, ଓମ୍ ପ୍ରକାଶ ପରିଡ଼ା,ଇନ୍ଦ୍ରମଣି ପାତ୍ର, ଗୋବିନ୍ଦ ସାହୁ,ଅଲୋକ ଦିଗଦର୍ଶୀ ବିଶ୍ଵାଳ,ନିରଜଂନ ପରିଡ଼ା,ନିରଜଂନ ରାଉଳ ପ୍ରମୁଖ ଶୋକବ୍ୟକ୍ତ କରିବାସହ ଅମରଆତ୍ମାର ସଦଗତି ପାର୍ଥନା କରିଛନ୍ତି । ଓଡ଼ିଶା ସମାଚାର