Sunday , April 2 2023
Breaking News
Home / ବିଶେଷ / ରାଜ୍ୟ କ୍ୟାବିନେଟର  ବୈଠକ – ୧୫ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ

ରାଜ୍ୟ କ୍ୟାବିନେଟର  ବୈଠକ – ୧୫ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ

ଭୁବନେଶ୍ୱର,୧୮/୦୭/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟ କ୍ୟାବିନେଟର ଏକ  ବୈଠକ ଶନିବାର  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୫ଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି । ଅନ୍ତଃ ରାଜ୍ୟ ଯୋଗାଯୋଗକୁ ଉନ୍ନତ କରିବାକୁ, ରାଜ୍ୟ କ୍ୟାବିନେଟ୍ ୨୩ କିଲୋମିଟର ଦୀର୍ଘ ଡୁଡୁକାଗୋପାଳପୁର-ଟୋପାରିଅ ରାସ୍ତାକୁ ୨-ଲେନିଂକୁ ଅନୁମୋଦନ କରିଛି । ବସୁନ୍ଧରା କୋଇଲା ଖଚ୍ଚିକୁ ସଂଯୋଗ କରୁଥିବା ଏହି ରାସ୍ତା ପାଇଁ ୧୦୨.୬୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ଫଳରେ ଖଚ୍ଚିଜ ପରିବହନ ଟ୍ରାଫିକ୍ ସମସ୍ୟା ଦୂର ହୋଇ ପାରିବ । ସେହିପରି ସୁନ୍ଦରଗଡ଼ ଜିଲ୍ଲା ପାଇଁ ୨ଟି ବୃହତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ପ୍ରକଳ୍ପ ଶେଷ ପାଇଁ ୨୪ ମାସର ସମୟସୀମା ନିର୍ଦ୍ଧାରଣ ହୋଇଥିବା ବେଳେ ୧୦ଟି ବ୍ଲକର ୬ଲକ୍ଷରୁ ଅଧିକ ଲୋକ ଏହା ଦ୍ୱାରା ଉପକୃତ ହେବେ । ରାଜ୍ୟରେ ବୈଷୟିକ ଶିକ୍ଷାକୁ ଅହୁରି ମଜବୁତ କରି,ଭୁବନେଶ୍ୱରର ସିଇଟିକୁ ଅଣ-ଅନୁବନ୍ଧିତ ଏକକ ବିଶ୍ୱ ବିଦ୍ୟାଳୟରେ ପରିଣତ କରାଯିବ । ଓଡ଼ିଶା ବିଶ୍ୱବିଦ୍ୟାଳୟ ଟେକ୍ନୋଲୋଜି ଅଣ୍ଡ ରିସର୍ଚ୍ଚରେ ପରିଣତ କରିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି । ଏହି ନିଷ୍ପତିି ଉଚ୍ଚମାନର ସ୍ନାତକ ଏବଂ ସ୍ନାତକୋତର ଶିକ୍ଷା, ଗବେଷଣା ଏବଂ ଶିଳ୍ପ ଯୋଗାଯୋଗକୁ ସହଜ କରିବ । ଏହା ମଧ୍ୟ ଦେଶ ତଥା ବାହାରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକ ସହିତ ଉଚ୍ଚଶିକ୍ଷା ଏବଂ ଗବେଷଣା ପାଇଁ ସହଯୋଗୀ ଉଦ୍ୟୋଗ ଲାଗି ଦ୍ୱାର ଉନ୍ମୁକ୍ତ କରିବ । ଅନ୍ୟ ପକ୍ଷରେ ଓସୱାନ ପ୍ରକଳ୍ପର ଆଧୁନିକୀ କରଣକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । ଏଥିରେ ଓଡ଼ିଶା ଷ୍ଟେଟ୍ ୱାଇଡ୍ ଏରିଆ ନେଟସ୍ୱର୍କ (ଓସୱାନ୍) ମଧ୍ୟ ସାମିଲ ରହିଛି  । ଏହି ପ୍ରକଳ୍ପରେ ୩୩୨ କୋଟି ଟଙ୍କା ଖର୍ଚ୍ଚ ହେବ  । ଏହି ପ୍ରକଳ୍ପ ରାଜ୍ୟରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଭିତିଭୂମି ବଢ଼ାଇବ । ରାଜ୍ୟ କ୍ୟାବିନେଟ ରେ ସିଇଟିକୁ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ ସ୍ଥିର ହୋଇଛି  । ସେହିପରି ଡୁଡୁକାଗୋପାଳପୁର-ଟୋପାରିଆ ରାସ୍ତାର ପ୍ରଶସ୍ତୀକରଣକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛି । ୨ ଲେନ୍ ବିଶିଷ୍ଟ ଏହି ପ୍ରସସ୍ତୀକରଣ କାମରେ ୧୦୨.୬୫ କୋଟି ଟଙ୍କା ଖର୍ଚ୍ଚ ହେବ । ସଂରକ୍ଷିତ ଖଣିରୁ ଆସିବାକୁ ଥିବା ଖଣ୍ଡାଲାଇଟ ପଥ ଉପରୁ ରୟାଲଟି ଛାଡ଼ ହେବ  । ଖଣ୍ଡାଲାଇଟ୍ ପଥର ଅବା ଯୋଜନା ଓ ଅନ୍ୟ ଐତିହ୍ୟସ୍ଥଳ ବିକାଶରେ ଲାଗିବ  । ରାଜ୍ୟ ସରକାର ମେଗା ପାଇପ୍ ପାଣି ଯୋଗାଣ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି  । ସୁନ୍ଦରଗଡ଼, କେନ୍ଦୁଝର ଓ କଟକରେ ଏହି ପ୍ରକଳ୍ପ କାମ କରିବ  ।ଓଡ଼ିଶା ସମାଚାର

Leave a Reply

Your email address will not be published.