ପରଜଙ୍ଗ, ୧୮/୦୭/୨୦୨୧(ଓଡ଼ିଶା ସମାଚାର)- ଆଜି ସରାଙ୍ଗ ସ୍ଥିତ ପର୍ୟ୍ୟଟନ ସ୍ଥଳୀ ଅନନ୍ତ ଶୟନ ପରିସରରେ “ଯୁବଶକ୍ତି” ସ୍ୱେଚ୍ଛାସେବୀ ସଂଗଠନ ଢେଙ୍କାନାଳ ପକ୍ଷରୁ ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ଏକ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଏବଂ ଅନନ୍ତ ଶୟନର ସୁରକ୍ଷା ଓ ସୌନ୍ଦର୍ୟ୍ୟ କରଣ ପାଇଁ ଆଲୋଚନା ହୋଇଥିଲା । ଏହି କାର୍ୟ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପରଜଙ୍ଗ ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା, ବ୍ଲକ ବିଜେଡି ସଭାପତି କୃଷ୍ଣଚନ୍ଦ୍ର ମହାନ୍ତି, ସରାଙ୍ଗ ସରପଞ୍ଚ ଧରିତ୍ରୀ ମହାଳିକ ଯୋଗ ଦେଇ ବୃକ୍ଷ ରୋପଣ କରି କହିଥିଲେ ଆମ ପରିବେଶ ଓ ଅନନ୍ତ ଶୟନ କୁ ସବୁଜ ସୁନ୍ଦର ଗଢି ତୋଳିବା ପାଇଁ ହେଲେ ଆମ ସମସ୍ତଙ୍କୁ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବା ପାଇଁ ପଡିବ । ତାହା ସହ ଆମ ପରିବେଶ ଓ ପର୍ୟ୍ୟଟନ ସ୍ଥଳୀ କୁ ସବୁବେଳେ ପରିସ୍କାର ରଖିବା ପାଇଁ ପଡିବ । ଜିଲ୍ଲା ତଥା ରାଜ୍ୟ ବାହାରୁ ଦୈନିକ ବହୁତ ପର୍ୟ୍ୟଟନ ଆସିଥାନ୍ତି । ଏହାର ରକ୍ଷଣାବେକ୍ଷଣ, ସୌନ୍ଦର୍ୟ୍ୟ କରଣ, ଅଲୋକୀକରଣ ଓ ସୁରକ୍ଷା ଦାୟିତ୍ୱ ପର୍ୟ୍ୟଟନ ବିଭାଗ ନିଜ ହାତକୁ ନେବା ପାଇଁ ମାନ୍ୟବର ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ ଓ ସମସ୍ତଙ୍କର ଅତିପ୍ରିୟ ସୁଖ ଦୁଃଖର ସାଥି ଯୁବନେତା ଅସିତ କୁମାର ରାଈ ଚୌଧୁରୀ (ଚିଣ୍ଟୁ) ଭାଇ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହାର ସୁରକ୍ଷା ଓ ସୌନ୍ଦର୍ୟ୍ୟ କରଣ ପାଇଁ ପର୍ୟ୍ୟଟନ ବିଭାଗ ର ହସ୍ତକ୍ଷେପ ଲୋଡିବେ ବୋଲି ଯୁବନେତା ମତପ୍ରକାଶ କରିଥିଲେ । ଏହି କାର୍ୟ୍ୟକ୍ରମ ରେ ଗଣମାଧ୍ୟମ ପ୍ରତିନିଧି ରୂପକ ରଞ୍ଜନ ସାହୁ, ଯୁବଶକ୍ତି ର ସୁଶାନ୍ତ କୁମାର ସିଂହ, ଆକାଶ ଦେହୁରୀ, ଅଜିତ କୁମାର ପ୍ରଧାନ, ଅମୀୟ କୁମାର ପ୍ରଧାନ, ଆଶୀଷ ପୃଷ୍ଟି, ଦୁଃଖବନ୍ଧୁ ବରାଳ, ବିକାଶ ପୃଷ୍ଟି, ନରେନ୍ଦ୍ର ସିଂହ, ରାକେଶ ପୃଷ୍ଟି, ବିକ୍ରମ ବେହେରା ସାମିଲ ଥିଲେ । ଓଡ଼ିଶା ସମାଚାର