Monday , December 6 2021
Breaking News
Home / ବିଶେଷ / ନୂତନ ନିର୍ମାଣାଧିଣ ଡାକ୍ତରଖାନା ଛାତରୁ ଗଳିପଡି ଶ୍ରମିକଙ୍କ ମୃତ୍ୟୁ

ନୂତନ ନିର୍ମାଣାଧିଣ ଡାକ୍ତରଖାନା ଛାତରୁ ଗଳିପଡି ଶ୍ରମିକଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା, ୧୮/୦୭/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଶ୍ୟାମଗୁଡିଆଠାରେ ନିର୍ମାଣଧିନ ନୂତନ ଡାକ୍ତରଖାନା ଛାତରୁ ଖସିପଡି ଶନିବାର ଜଣେ ଶ୍ରମିକଙ୍କର ମୃତୁ୍ୟ ହୋଇଯାଇଥିବା ସୂଚନା ମିଳିଛି । ମୃତ ଶ୍ରମିକଙ୍କ ନାମ ଜିତ୍ର ବେସ୍ରା । ମୃତ ଜିତ୍ରଙ୍କ ଘର ମୟୁରଭଞ୍ଜ ଜିଲ୍ଲାର ଉଦଳା ଥାନା ଅନ୍ତର୍ଗତ ଛତରାପଲ୍ଲୀ ଗ୍ରାମରେ । ଶନିବାର ଅପରାହ୍ଣ ପ୍ରାୟ ୫ଟା ସମୟରେ ଜିତ୍ର କାମ କରୁଥିବା ବେଳେ ଛାତରୁ ତଳକୁ ଖସି ପଡିଥିଲେ । ତାଙ୍କୁ ସେଙ୍ଗ ସେଙ୍ଗ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ସଦର ଥାନା ପୋଲିସ ମୃତଦେହ ଜବତ କରିଛି । ରବିବାର ଶବ ବ୍ୟବଚ୍ଛେଦ ହେବ ବୋଲି ପୋଲିସ କହିଛି । ଏ ନେଇ ମୃତ ଶ୍ରମିକଙ୍କ ପରିବାରକୁ ଖବର ପଠାଯାଇଛି । ସେମାନେ ଆସିବା ପରେ ଜିତ୍ରର ଶବ ବ୍ୟବଛେଦ ହେବ ବୋଲି ପୋଲିସ କହିଛି । ଓଡ଼ିଶା ସମରଚାର

About admin

Check Also

ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ରୁ କୋଟିଏ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ ଅଭିଯୋଗ

ଭୁବନେଶ୍ୱର,୦୫/୧୨/୨୦୨୧ (ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ର ଗ୍ରୀଲ ଓ …

Leave a Reply

Your email address will not be published. Required fields are marked *