ଭୁବନେଶ୍ୱର,୧୮/୦୭/୨୦୨୧(ଓଡ଼ିଶା ସମାଚାର)- ଏସଟିଏଫ କୁ ଆଉ ଏକ ସଫଳତା ମିଳିଛି । ଦୁଇଜଣ ଭେଟେରାନ୍ ଚୋରା ବନ୍ଧୁକ ବେପାରୀଙ୍କୁ ଧରି ସେମାନଙ୍କ ନିକଟରୁ ୧୦ ଟି ବନ୍ଧୁକ, ଗୁଳି, ବାଇକ୍, ମୋବାଇଲ ଫୋନ ଆଦି ଜବତ କରିଛି ଏସଟିଏଫ୍ । ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇ ପୁଣି ରିମାଣ୍ଡରେ ଆଣି ଖୋଳତାଡ଼ କରାଯିବ । ଗିରଫ ଦୁଇଜଣ ଭେଟେରାନ୍ ଚୋରା ବନ୍ଧୁକ ବେପାରୀ ହେଉଛନ୍ତି ରଣପୁରର ବସନ୍ତ ମହାରଣା ଓ ଖୋର୍ଦ୍ଧାର କୃଷ୍ଣଚନ୍ଦ୍ର ଶ୍ରୀଚନ୍ଦନ । ଏମାନଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ମାମଲା ରହିଛି । ଓଡ଼ିଶା ସମାଚାର
