Monday , December 6 2021
Breaking News
Home / ବିଶେଷ / ଗଣମାଧ୍ୟମ ପ୍ରତିନିଧିଙ୍କୁ ପୋଲିସ୍ ର ଦୁର୍ବ୍ୟବହାରକୁ ଦୃଢ ନିନ୍ଦା

ଗଣମାଧ୍ୟମ ପ୍ରତିନିଧିଙ୍କୁ ପୋଲିସ୍ ର ଦୁର୍ବ୍ୟବହାରକୁ ଦୃଢ ନିନ୍ଦା

କଟକ, ୧୮/୦୭/୨୦୨୧(ଓଡ଼ିଶା ସମାଚାର)- କୋରନା କଟକଣା ଆଳରେ ପୋଲିସ୍ ବିଭିନ୍ନ ସ୍ଥାନରେ ବାଉଁଶ ବାନ୍ଧି ଯାଂଚ କରୁଛି । ଏହି ଯାଂଚ ବେଳେ ଦାୟିତ୍ୱରେ ଥିବା ପୋଲିସ୍ କର୍ମଚାରୀମାନେ ଲୋକମାନଙ୍କ ଉପରେ ମାତ୍ରାଧିକ ଜୁଲୁମ କରିବା ସହ ଦୁର୍ବ୍ୟବହାର କରିବାର ଖବର ବାରମ୍ବାର ନଜରକୁ ଆସୁଛି । ଏହି ପୋଲିସ୍ କର୍ମର୍ଚାରୀମାନେ କେବଳ ସାଧାରଣ ଲୋକଙ୍କ ଉପରେ ଜୁଲୁମ କରୁନାହାନ୍ତି ବରଂ କରୋନା କାଳରେ ନିଜ ଜୀବନକୁ ପାଣି ଛଡାଇ ଖବର ଓ ଫଟୋ ସଂଗ୍ରହ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଦୁର୍ବ୍ୟବହାର କରିବାକୁ ପଛାଉନାହାନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଗତକାଲି ସଂଧ୍ୟାରେ ଦୈନିକ ସମାଜର ଫଟୋ ସାମ୍ବାଦିକ ତାପସ କୁମାର ମହାନ୍ତି ଖବର ସଂଗ୍ରହ ଉଦ୍ଧେଶ୍ୟରେ ନୂଆବଜାର ଛକ ଦେଇ ଯାଉଥିବା ବେଳେ ସେଠାରେ ଯାଂଚକାରୀ ପୋଲିସ ଅଧିକାରୀ ତାଙ୍କୁ ଅଟକାଇଥିଲେ । ଗଣମାଧ୍ୟମରେ କାମ କରୁଥିବା ନେଇ ନିଜର ପରିଚୟ ପତ୍ର ଦେଖାଇବାପରେ ମଧ୍ୟ ପୋଲିସ୍ ତାଙ୍କୁ ଦୁର୍ବ୍ୟବହାର କରିଥିଲା । ସେଠାରେ ଯାଂଚ ଦାୟିତ୍ୱରେ ଥିବା ଜନୈକ ପୋଲିସ୍ କର୍ମଚାରୀ ତାଙ୍କ କାନ ଧରି ରାତ୍ରୀକାଳୀନ ନିଷେଧାଦେଶ ସମୟରେ କାହିକି ବୁଲୁଛ ବୋଲି କହି ଚାପୁଡ଼ା ମାରିବା ପାଇଁ ହାତ ଉଠାଇଥିଲେ । ଯଦି ଗଣମାଧ୍ୟମ ପ୍ରତିନିଧିଙ୍କୁ ପୋଲିସ ଏଭଳି ବ୍ୟବହାର କରୁଛି, ତେବେ ସାଧାରଣ ଲୋକଙ୍କୁ କିପରି ବ୍ୟବହାର କରୁଥିବ ତାହା ସହଜରେ ଅନୁମାନ କରାଯାଇପାରେ ।ଏହି ଘଟଣାକୁ ମହାନଗର ନାଗରିକ ମଂଚର ଆବାହକ ଚିତରଞ୍ଜନ ମହାନ୍ତି, ବରିଷ୍ଟ ସାମ୍ବାଦିକ ସତ୍ୟ ରାୟ, ସଂଗ୍ରାମୀ ଫୋରମ ର ଆବାହକ ପ୍ରଶାନ୍ତ ଦାସ, ବାମପନ୍ଥୀ ନେତା ବିଶ୍ୱାବସୁ ଦାସ ଓ ବସ୍ତିବାସିନ୍ଦା ମିଳିତ ମଂଚର ଆବାହକ ଖଗେଶ୍ୱର ସେଠୀ ପ୍ରମୁଖ ଏହାର ଦୃଢ ନିନ୍ଦା କରିବା ସହା ସଂପୃକ୍ତ ପୋଲିସ କର୍ମଚାରୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାବୁଷ୍ଠାନ ପାଇଁ ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ପଂଚାୟତିରାଜ ବ୍ୟବସ୍ଥାରେ ମନମାନୀ : ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଓ ଅଧିକାରକୁ ଫୁ

ଅଦୃଶ୍ୟ ଶକ୍ତିଙ୍କ ଗୁପ୍ତ ଚିଠାରେ ହେଉଛି ବିଭିନ୍ନ ପ୍ରକଳ୍ପ ଚୟନ ଓ ଅନୁମୋଦନ କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗ୍ରାମାଂଚଳ ର ବିକାଶ …

Leave a Reply

Your email address will not be published. Required fields are marked *