Saturday , March 25 2023
Breaking News
Home / ବିଶେଷ / କୋର୍ଟରେ ଚାକିରି କରାଇ ଦେବାକୁ କହି ଠକେଇ ଅଭିଯୋଗ

କୋର୍ଟରେ ଚାକିରି କରାଇ ଦେବାକୁ କହି ଠକେଇ ଅଭିଯୋଗ

କେନ୍ଦ୍ରାପଡ଼ା, ୧୮/୦୭/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା କୋର୍ଟରେ ଚାକିରି କରାଇ ଦେବାକୁ କହି ଯୁବକ ଯୁବତୀମାନଙ୍କ ଠାରୁ ୩୦ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ଠକି ନେଇଥିବା ସମ୍ପର୍କରେ ଅଭିଯୋଗ ପାଇ ମଧ୍ୟ କେନ୍ଦ୍ରାପଡା ସଦର ଥାନା ପୋଲିସ କୌଣସି ମାମଲା ରୁଜୁ କରୁ ନଥିବା ଅଭିଯୋଗ ହୋଇଛି । ତେଣୁ ଅଖିଳ ଭାରତ କଂଗ୍ରେସ କମିଟି ସଭ୍ୟ ହଳଧର ସେଠୀଙ୍କ ନେତୃତ୍ୱରେ ଏକ ଟିମ୍ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଶ୍ରୀ ସେଠୀ ଅଭିଯୋଗ କରିଛନ୍ତି ଯେ ଗୁଲନଗର ଗ୍ରାମରେ ରହୁଥିବା ଏକ ଦମ୍ପତିି କ୍ଷିତିଶ ଚନ୍ଦ୍ର ଦଣ୍ଡପାଟ(୩୨) ଓ ଦିବ୍ୟାରାଣୀ ଦଣ୍ଡପାଟ (୨୮) କେନ୍ଦ୍ରାପଡ଼ା ଅଦାଲତରେ କନିଷ୍ଠ କିରାଣି ପଦବୀରେ ଚାକିରି କରାଇ ଦେବାକୁ କହି ୩୦ ଲକ୍ଷ ଟଙ୍କା ଠକି ନେଇଛନ୍ତି । ଏହି ଠକ ଦମ୍ପତିଙ୍କ ସମ୍ପର୍କରେ ସଦର ଥାନାରେ ଅଭିଯୋଗ ହୋଇଥିଲେବି ପୋଲିସ ସେମାନଙ୍କୁ ଗିରଫ କରି ନାହିଁ । କେବଳ ପଚରା ଉଚରା କରି ଛାଡି ଦେଇଛି । ତେଣୁ ପୋଲିସ ଅଭିଯୁକ୍ତଙ୍କୁ ଫେରାର କରାଇବାରେ ସହଯୋଗ କରିଥିବା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ ହୋଇଛିି । ଅଭିଯୋଗ ଅନୁଯାଇ ଏହି ଠକ ଦମ୍ପତିି ଜିଲ୍ଲାଜଜଙ୍କ ସ୍ୱାକ୍ଷରକୁ ଜାଲିଆତି କରି ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ସେହିପରି ଜିଲ୍ଲା ଅଦାଲତର ଷ୍ଟାମ୍ପକୁ ମଧ୍ୟ ଜାଲିଆତିି କରିଛନ୍ତି । ତେଣୁ ଏହି ଠକ ଦମ୍ପତିଙ୍କୁ ତୁରନ୍ତ ଗିରଫ କରାଯାଇ ସେମାନଙ୍କ ଠାରୁ ଅର୍ଥ ଆଦାୟ କରାଯିବା ସହ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ସେଠୀ ଦାବି କରିଛନ୍ତି । ଶ୍ରୀ ସେଠୀଙ୍କ ସହ ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆ, ଆଇନ୍ଜୀବୀ ଧରଣୀଧର ସୁଆର, କଂଗ୍ରେସ ନେତା ମୁକ୍ତାର ଖାଁ, ରତ୍ନାକର ସେଠୀ, ଭ୍ରମର ରାଉତ, ବିଜୟ କୁମାର ସେଠୀ, ପ୍ରହଲ୍ଲାଦ ବେହେରା ପ୍ରମୁଖ ତୁରନ୍ତ ଠନ୍ଦମ୍ପତିଙ୍କୁ ଗିରଫ କରବା ପାଇଁ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଦାବି କରିଛନ୍ତି । ଅଭିଯୋଗ ପାଇବା ପରେ ଆରକ୍ଷୀ ଅଧିକ୍ଷକ ସନ୍ଦୀପ ସମ୍ପଦ ମଡ଼କର ସଦର ଥାନା ଇନସପେକ୍ଟର ପବିତ୍ର ମହାରଣାଙ୍କୁ ମାମଲା ରୁଜୁ କରି ତଦନ୍ତ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ଏହି ନିର୍ଦେଶ ପାଇବା ପରେ ସଦର ଥାନା ପୋଲିସ ଏକ ଠକେଇ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।ଓଡ଼ିଶା ସମାଚାର

Leave a Reply

Your email address will not be published.