Tuesday , March 28 2023
Home / ବିଶେଷ / ଏସ.ୟୁ.ସି.ଆଇ. କମୁ୍ୟନିଷ୍ଟ ନେତା ଧୁର୍ଜଟୀ ଦାସଙ୍କ ସ୍ମରଣସଭା

ଏସ.ୟୁ.ସି.ଆଇ. କମୁ୍ୟନିଷ୍ଟ ନେତା ଧୁର୍ଜଟୀ ଦାସଙ୍କ ସ୍ମରଣସଭା

କେନ୍ଦ୍ରାପଡ଼ା, ୧୮/୦୭/୨୦୨୧(ଓଡ଼ିଶା ସମାଚାର)- ଏସ.ୟୁ.ସି.ଆଇ.କମୁ୍ୟନିଷ୍ଟ ପାର୍ଟିର କେନ୍ଦ୍ରୀୟ କମିଟି ସଦସ୍ୟ ତଥା ଓଡିଶା ରାଜ୍ୟ କମିଟି ସମ୍ପାଦକ କମ୍ରେଡ ଧୁର୍ଜଟୀ ଦାସଙ୍କ ସ୍ମରଣସଭା କେନ୍ଦ୍ରାପଡା/ଜଗତସିଂହପୁର ଜୋନର କର୍ମୀ ସଂଗଠକମାନଙ୍କ ଦ୍ୱାରା ଜଗତସିଂହପୁର ଜିଲ୍ଲା କମିଟି ସମ୍ପାଦକ ସୁବାସ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କେନ୍ଦ୍ରାପଡା ଜିଲ୍ଲା ସଂଗଠକ ଏଲିନା ସାମନ୍ତରାୟ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ପରେ ରାଜ୍ୟ କମିଟିର ଶ୍ରଦ୍ଧାଞ୍ଜଳି ପାଠ କରିଥିଲେ ପ୍ରଦୀପ୍ତ ରାମ । ଏସ.ୟୁ.ସି.ଆଇ. କମୁ୍ୟନିଷ୍ଟ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ଉଦ୍ଧବ ଜେନା ଓ ସଦାଶିବ ଦାସ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରୟାତ ନେତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପ୍ରମୋଦିନୀ ମିଶ୍ର ପ୍ରାରମ୍ଭରେ ମହାନ ମାର୍କ୍ସବାଦୀ ଦାର୍ଶନିକ ଶିବଦାସ ଘୋଷଙ୍କ ସମ୍ପର୍କରେ ରଚିତ ସଂଗୀତ ଓ ଶେଷରେ ଆନ୍ତର୍ଜାତୀକ ସଂଗୀତ ଗାନ କରିଥିଲେ । ମହେଶ୍ୱର ଦାସ, ବସନ୍ତ ମଲ୍ଲିକ, ହୀରାମଣୀ ରାଉତ, ଆର୍ତ ଦାସ, ରମେଶ ଭୋଇ, ପ୍ରବିତ୍ର ମୋହନ ପଟ୍ଟନାୟକ, ଜୟନ୍ତୀ ଜେନା,  ଗଣେଶ୍ୱର ମହାନ୍ତି ପ୍ରମୁଖ ଅନଲାଇନ ଗୁଗୁଲମିଟରେ ଏହି ସଭାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.