Monday , December 6 2021
Breaking News
Home / ବିଶେଷ / ସୋମବାରଠୁ ରାଜଧାନୀରେ ସଂପୂର୍ଣ୍ଣ ମୋ ବସ୍ ସେବା

ସୋମବାରଠୁ ରାଜଧାନୀରେ ସଂପୂର୍ଣ୍ଣ ମୋ ବସ୍ ସେବା

ଭୁବନେଶ୍ୱର,୧୭/୦୭/୨୦୨୧(ଓଡ଼ିଶା ସମାଚାର)- ସାଧାରଣ ପରିବହନ ଉପରେ ନିର୍ଭର କରୁଥିବା ଯାତ୍ରୀମାନଙ୍କ ପାଇଁ ଖୁସି ଖବର ଆଣିଛି ମୋ ବସ୍  । କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ପକ୍ଷରୁ  ଯାତ୍ରୀ ମାନଙ୍କୁ ଆସନ୍ତା  ସୋମବାର (ଜୁଲାଇ ୧୯) ଠାରୁ ରାଜଧାନୀ ଭୁବନେଶ୍ୱରରେ ସଂପୂର୍ଣ୍ଣ ରୂପେ ମୋ ବସ୍ ସେବା ଯୋଗାଇ ଦିଆଯିବ  । ରେଳଯାତ୍ରୀଙ୍କ ପାଇଁ ଶୁକ୍ରବାର-ରବିବାର ପର୍ଯ୍ୟନ୍ତ ସେବା ଯୋଗାଇ ଦିଆଯିବ  । ସେହିପରି ବିମାନବନ୍ଦରରୁ ମୋ ବସ୍ ସେବା ଜାରି ରହିବ  । କ୍ରୁଟ ପକ୍ଷରୁ ଟୁଇଟ୍ ଜରିଆରେ ସୂଚନା ଦିଆଯାଇଛି  ।

ସୂଚନାଯୋଗ୍ୟ କୋଭିଡ଼ ୧୯ସଂକ୍ରମଣର ୨ୟ ଲହର ବ୍ୟାପିବା ପରେ ଭୁବନେଶ୍ୱର ସମତେ ସମଗ୍ର ରାଜ୍ୟ ଗତ ମେଁ ମାସ ୫ ତାରିଖ ଠାରୁ ଲକଡ଼ାଉନ୍ ହୋଇଛି  । ବର୍ତମାନ  ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସିଥିବାରୁ ପର୍ଯ୍ୟାୟ କ୍ରମେ କଟକଣା କୋହଳ ହେଉଛି  । ଜୁଲାଇ ୧୬ ତାରିଖ ଠାରୁ ଅନ୍ତଃ ରାଜ୍ୟ ପରିବହନ ସେବା ଆରମ୍ଭ ହୋଇଥିବା ବେଳେ କ୍ରୁଟ ପକ୍ଷରୁ ରାଜଧାନୀରେ ବସ୍ ସେବାକୁ ପୁଣି ଥରେ ସକ୍ରିୟ କରିବା ପାଇଁ ନିଷ୍ପତି ହୋଇଛି  । ରାଜଧାନୀର ସବୁଠାରୁ ବଡ଼ ସାଧାରଣ ପରିବହନ ସେବା ହେଉଛି ‘ମୋ ବସ୍’  । ଏହାରି ଉପରେ ହଜାର ହଜାର ଲୋକ ନିର୍ଭର କରିଥାନ୍ତି  । ଆର୍ଥôକ ଓ ସୁରକ୍ଷା ଦୃଷ୍ଟିରୁ ମୋ ବସ୍ ଯାତ୍ରୀମାନଙ୍କର ପ୍ରଥମ ପସନ୍ଦ  । କାରଣ ଜଣେ ବ୍ୟକ୍ତିଙ୍କୁ ଟ୍ୟାକ୍ସି କିମ୍ବା ଅଟୋରେ ଗୋଟିଏ ସ୍ଥାନକୁ ଯିବାକୁ ହେଲେ ମୋ ବସ୍ ତୁଳନାରେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ  । ଓଡ଼ିଶା ସମାଚାର

About admin

Check Also

ପଂଚାୟତିରାଜ ବ୍ୟବସ୍ଥାରେ ମନମାନୀ : ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଓ ଅଧିକାରକୁ ଫୁ

ଅଦୃଶ୍ୟ ଶକ୍ତିଙ୍କ ଗୁପ୍ତ ଚିଠାରେ ହେଉଛି ବିଭିନ୍ନ ପ୍ରକଳ୍ପ ଚୟନ ଓ ଅନୁମୋଦନ କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗ୍ରାମାଂଚଳ ର ବିକାଶ …

Leave a Reply

Your email address will not be published. Required fields are marked *