Sunday , March 26 2023
Breaking News
Home / ଶିକ୍ଷା / ସେପ୍ଟେମ୍ବର ୧୧ରେ ନିଟ୍ ପିଜି ପ୍ରବେଶିକା

ସେପ୍ଟେମ୍ବର ୧୧ରେ ନିଟ୍ ପିଜି ପ୍ରବେଶିକା

ଭୁବନେଶ୍ୱର,୧୭/୦୭/୨୦୨୧(ଓଡ଼ିଶା ସମାଚାର)- ନିଟ(ୟୁଜି) ପରୀକ୍ଷା ତାରିଖ ଘୋଷଣା ହେବାର ଦିନକ ପରେ ନିଟ (ପିଜି)ପ୍ରବେଶିକା ପରୀକ୍ଷା ଲାଗି ତାରିଖ ଘୋଷଣା ହୋଇଛି । ସେପ୍ଟେମ୍ବର ୧୧ ତାରିଖରେ ସମଗ୍ର ଦେଶରେ ନିଟ୍ ପିଜି ଅନୁଷ୍ଠିତ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଟ୍ୱିଟ କରି ସୂଚନା ଦେଇଛନ୍ତି । ପୂର୍ବରୁ କେନ୍ଦ୍ର ସରକାର ଏହି ପୋଷ୍ଟ ଗ୍ରାଜୁଏଟ ମେଡିକାଲ ପରୀକ୍ଷାକୁ କରୋନା ପାଇଁ ସ୍ଥଗିତ ରଖିଥିଲେ ଓ ଅଗଷ୍ଟ ଶେଷ ଯାଏ ପରୀକ୍ଷା ହେବନାହିଁ ବୋଲି କହିଥିଲେ । ମନସୁଖ ମାଣ୍ଡଭିୟ ଟ୍ୱିଟ୍ କରି କହିଛନ୍ତି, ଆମେ ନିଟ୍ ପଜିକୁ ଚଳିତ ବର୍ଷ ସେପ୍ଟେମ୍ବର ୧୧ରେ ଆୟୋଜନ କରିବାକୁ ନିଷ୍ପତିି ନେଇଛୁ ।

ସମସ୍ତ ମେଡିକାଲ ଆଶାୟୀଙ୍କୁ ଏଥିଲାଗି ଶୁଭେଚ୍ଛା । ତେବେ ଚଳିତବର୍ଷ ନିଟ୍ ପିଜିର ଏମଡି,ଏମଏସ୍ ଏବଂ ପିଜି ଡିପ୍ଳୋମା ପାଠ୍ୟକ୍ରମ ଲାଗି ସମଗ୍ର ଦେଶ ଲାଗି ଗୋଟିଏ ପ୍ରବେଶିକା ପରୀକ୍ଷା ହେବ । ରାଜ୍ୟ ଏବଂ କୌଣସି ଅନୁଷ୍ଠାନ ଚାହିଁଲେ ଅଲଗା ପରୀକ୍ଷା କରିପାରିବେନି । ଯଦି ଏହିଭଳି ହୁଏ ତେବେ ଏହାକୁ ଅବୈଧ ବୋଲି ଧରାଯିବ । ସେହିପରି ବିଦେଶୀ ଛାତ୍ରଛାତ୍ରୀମାନେ ଯଦି ଭାରତରେ ନିଟ୍ ପିଜି କରିବାକୁ ଚାହୁଁଛନ୍ତି ସେମାନଙ୍କ ଲାଗି ମଧ୍ୟ ଏହି ଗୋଟିଏ ଥରର ପରୀକ୍ଷା ଚୂଡ଼ାନ୍ତି ହେବ । ଏହା ବାଦ୍ କୌଣସି ପରୀକ୍ଷା ଆୟୋଜନ ହେବନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ନିଟ୍ ପିଜି ପରୀକ୍ଷା ପ୍ରଥମେ ଏପ୍ରିଲ ୧୮ରେ ଅନୁଷ୍ଠିତ ହେବାର ଥିଲା । କିନ୍ତୁ ମହାମାରୀ କରୋନା ପାଇଁ ସରକାର ଏପ୍ରିଲ ୧୫ରେ ଏହା ଉପରେ ରୋକ ଲଗାଇ ଦେଇଥିଲେ । ଏହାପୂର୍ବରୁ ପରୀକ୍ଷା ଆୟୋଜନକୁ ଶତାଧିକ ଡାକ୍ତର ବିରୋଧ କରିଥିଲେ । ସେମାନଙ୍କ ଚାପରେ ସରକାର ପରୀକ୍ଷା ଉପରେ ରୋକ୍ ଲଗାଇବାକୁ ନିଷ୍ପତି ନେଇଥିଲେ । ଏହାପରେ ପିଏମଓ ପକ୍ଷରୁ ଅଗଷ୍ଟ ଶେଷ ଯାଏଁ ପରୀକ୍ଷା ହେବନି ଓ ପରୀକ୍ଷା ସମ୍ପର୍କରେ ନୂଆ ତାରିଖ ଘୋଷଣା କରାଯିବ ବୋଲି କୁହାଯାଇଥିଲା । ଏବେ ନୂଆ ତାରିଖ ଘୋଷଣା କରାଯାଇଛି ।  କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଟ୍ ୟୁଜି ସେପ୍ଟେମ୍ବର ୧୨ରେ ଅନୁଷ୍ଠିତ ହେବ ବୋଲି ଘୋଷଣା କରିଥିଲେ ।ଏଥିପାଇଁ ଛାତ୍ରଛାତ୍ରୀମାନେ ଆବେଦନ କରିବା ଆରମ୍ଭ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.