ସାଲେପୁର, ୧୭/୦୭/୨୦୨୧(ଓଡିଶା ସମାଚାର / ଅଭୟ ଜେନା )-ସାଲେପୁର ଥାନା ଅନ୍ତର୍ଗତ ରାଇସୁଙ୍ଗୁଡା କୁମ୍ଭାର ସାହି ରେ ଯୌତୁକ ଜନିତ କଳହ ରୁ ପାଞ୍ଚଦିନ ତଳେ ନବ ବଧୂ ସସ୍ମିତା ପୋଡି ହୋଇ ଗୁରୁତର ଅବସ୍ଥା ରେ କଟକ ମେଡ଼ିକାଲ ରେ ଚିକିତ୍ସିତ ହେଉଥିବାବେଳେ ନବବଧୂରଗତ କାଲି ମୃତ୍ୟୁ ହୋଇଯାଇଛି । ନବବଧୁଙ୍କ ପରିବାର ପକ୍ଷରୁ ସାଲେପୁର ଥାନାରେ ଶାଶୂଘର ଲୋକଙ୍କ ନାମରେ ହତ୍ୟା ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ ରାଇସୁଙ୍ଗୁଡା ଗ୍ରାମ ର ସ୍ୱର୍ଗତ ରସାନନ୍ଦ ବେହେରା ଙ୍କ ପୁଅ ଅଜୟ ବେହେରା ୩ ମାସ ତଳେ ଵାରଙ୍ଗ ଥାନା ଫୁଲ ପୋଖରୀ ଅଞ୍ଚଳ ର ସସ୍ମିତା ବେହେରା ଙ୍କୁ ବିବାହ କରି ଥିଲେ. । ଗତ 12 ତାରିଖ ଦିନ ସସ୍ମିତାକୁ ଗାଧୁଆ ଘରୁ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଉଦ୍ଧାର କରି କଟକ ମେଡ଼ିକାଲ ନିଆଯାଇଥିଲା ।ସେଠାରେ ତାଙ୍କର ମୃତ୍ୟୁ ହେବା ପରେ ସସ୍ମିତା ଙ୍କ ପରିବାର ପକ୍ଷରୁ ଗତ କାଲି ରାତିରେ ସାଲେପୁର ଥାନାରେ ଶାଶୂଘର ଲୋକଙ୍କ ନାମରେ କିରୋସିନ ଢାଳିନିଆଁ ଲଗାଇ ମାରିଦେଇ ଥିବା ଅଭିଯୋଗ କରିଛନ୍ତି। ଏତଲା କୁ ଭିତ୍ତି କରି ସାଲେପୁର ପୋଲିସଘଟଣା ର ତଦନ୍ତ ଆରମ୍ଭ କରିଛି. । ଓଡିଶା ସମାଚାର