Friday , September 22 2023
Breaking News
Home / ବିଶେଷ / ଦିବ୍ୟାଙ୍ଗ ଛାତ୍ରଙ୍କୁ ଟ୍ରାଇସାଇକେଲ୍ ପ୍ରଦାନ

ଦିବ୍ୟାଙ୍ଗ ଛାତ୍ରଙ୍କୁ ଟ୍ରାଇସାଇକେଲ୍ ପ୍ରଦାନ

ଭୁବନେଶ୍ୱର,୧୭/୦୭/୨୦୨୧(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାମାଜିକ ପ୍ରତିବଦ୍ଧତାରଆହ୍ୱାନରେ ଅନୁପ୍ରାଣିତ ହୋଇ ପଂଚମ ଶ୍ରେଣୀ ଛାତ୍ର ଦିବ୍ୟାଙ୍ଗ ସ୍ମୃତି ରଂଜନ ଦାସଙ୍କୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏକ ଟ୍ରାଇସାଇକେଲ୍ ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ କହିଥିଲେ କି ସ୍ମୃତି ରଂଜନ ଙ୍କ ମୁହଁରେ ଆଜି ହସର ମୁକ୍ତାକୁ ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ ଏବଂ ଏହି ପରିପୂରକ ସମାଜରେ ଆମେ ସମସ୍ତେ ସେବା ମନୋଭାବରେ ବ୍ରତୀହୋଇ ପରସ୍ପରକୁ ସାହାଯ୍ୟର ହାତ ବଢ଼ାଇବା ଉଚିତ । ଏହିଭଳି ସାମାଜିକ କାର୍ଯ୍ୟ ଆଗାମୀ ଦିନରେ ମଧ୍ୟ ଜାରି ରହିବ । ଏହି ଟ୍ରାଇ ସାଇକେଲ ପ୍ରଦାନ କାର୍ଯ୍ୟକ୍ରମରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଆଶିଷ ରଂଜନ ମିଶ୍ର ଏବଂ ନାରୀ ନେତ୍ରୀ ଉର୍ମିଳା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *