Saturday , April 1 2023
Breaking News
Home / ବିଶେଷ / ଟିପିସିଓଡିଏଲ ପକ୍ଷରୁ କେନ୍ଦ୍ରାପଡାରେ ମିଶନ କ୍ଲିନ ଅଭିଯାନ ଆରମ୍ଭ

ଟିପିସିଓଡିଏଲ ପକ୍ଷରୁ କେନ୍ଦ୍ରାପଡାରେ ମିଶନ କ୍ଲିନ ଅଭିଯାନ ଆରମ୍ଭ

କେନ୍ଦ୍ରାପଡ଼ା, ୧୭/୦୭/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଟିପିସିଓଡିଏଲ ଡିଭିଜନରେ ଆଜି ଠାରୁ ମିଶନକ୍ଲିନ ଅଭିଯାନ ଆରମ୍ଭ କରାଯାଇଛି । କେନ୍ଦ୍ରାପଡା ଟିପିସିଓଡିଏଲ ବିଦୁ୍ୟତ ଡିଭିଜନ ପକ୍ଷରୁ ୨୮ଟି ଏନଫୋର୍ସମେଂଟଟିମ ଗଠନ କରାଯାଇ ଦୀର୍ଘ ୫ଘଂଟା ଧରି ଡିଭିଜନ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ମିଟର ଟ୍ୟାମ୍ପରିଂ, ଅନୈତିକ ବିଦୁ୍ୟତ ସଂଯୋଗ ଓ ହୁକ ପକାଇ ବିଦୁ୍ୟତ ବ୍ୟବହାର କରୁଥିବା ଲୋକମାନଙ୍କ ସଂଯୋଗକୁ ଯାଂଚ କରିଥିଲେ । ଏହି ଯାଂଚ ସମୟରେ କେନ୍ଦ୍ରାପଡା ବିଦୁ୍ୟତ ଡିଭିଜନ ଅଂଚଳର ୩୫୩ କିଲୋ ୱାଟ  ବେଆଇନ ଲୋଡ ସେକ୍ସନ ୧୩୫ଧାରାରେ ବୁକ କରାଯିବା ସହ ୬୦ କିଲୋ ୱାଟ ବେଆଇନ ଲୋଡ ସେକ୍ସନ ୧୨୬ଧାରାରେ ବୁକ କରାଯିବା ଓ ୯ଟି ବିଦୁ୍ୟତ ସଂଯୋଗ ସୁରକ୍ଷା ଦୃଷ୍ଟିରୁ ବିଛିନ୍ନ କରାଯାଇ ୬୦ହଜାର ଟଙ୍କାରୁ ଉଦ୍ଧ୍ୱର୍ ଯୋରିମାନା ଆଦାୟ କରାଯାଇଥିବା କେନ୍ଦ୍ରାପଡା ବିଦୁ୍ୟତ ସବଡିଭଜନର ସହକାରୀ ପରିଚାଳକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । କେନ୍ଦ୍ରାପଡା ବିଦୁ୍ୟତ ଡିଭିଜନର ସହକାରୀ ସାଧାରଣ ପରିଚାଳକ ଇଂ ପ୍ରଦୀପ୍ତ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଏସଡିଓ ଦେବେନ୍ଦ୍ର ସାହୁ, ବିବେକାନନ୍ଦ ପଣ୍ଡା, ଗଣେଶ ଚନ୍ଦ୍ର ହେମ୍ବ୍ରମ, କୁଳମଣୀ ସେଠୀ, ସିଏସଏମ ମାନସ ରଞ୍ଜନ ଗୁରୁ, ସତ୍ୟ ପ୍ରସାଦ ସାହୁ, ସୀତାଂଶୁ ଶେଖର ମହାପାତ୍ର, ବସନ୍ତ ପାଣି, ଅଭୟ ଦାସ, ପ୍ରଶାନ୍ତ କୁମାର ବେହେରା, ମନମୋହନ ସିଂଙ୍କ ସହିତ ସେକ୍ସନ ଅଧିକାରୀମାନେ ଯୋଗଦେଇଥିଲେ । ଏହି ମିଶନ ମାଧ୍ୟମରେ ସହକାରୀ ସାଧାରଣ ପରିଚାଳକ ଇଂ ପ୍ରଦୀପ୍ତ କୁମାର ଦାଶ ଗ୍ରାହକମାନଙ୍କୁ ସାଧୁତାର ସହିତ ବିଦୁ୍ୟତ ବ୍ୟବହାର କରିବାକୁ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.