Thursday , March 23 2023
Home / ବିଶେଷ / ଜୁଲାଇ ମାସର ମୋଟର ଯାନ ଟିକସ ଛାଡ଼ କଲେ ସରକାର

ଜୁଲାଇ ମାସର ମୋଟର ଯାନ ଟିକସ ଛାଡ଼ କଲେ ସରକାର

ଭୁବନେଶ୍ୱର,୧୭/୦୭/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟରେ କରୋନା କଟକଣାକୁ କୋହଳ କରି ବସ୍ ଚଳାଚଳ ପାଇଁ ଅନୁମତି ଦେଇଥିବା ରାଜ୍ୟ ସରକାର ଜୁଲାଇ ମାସ ପାଇଁ ମୋଟର ଯାନ ଟିକସକୁ ମଧ୍ୟ ଛାଡ଼ କରିଛନ୍ତି । ସମସ୍ତ ଯାତ୍ରୀବାହୀ ମୋଟର ଯାନ ଓ ଶିକ୍ଷାନୁଷ୍ଠାନର ବସଗୁଡ଼ିକୁ ଟିକସ ଛାଡ଼ର ଫାଇଦା ମିଳିବ ।ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟରେ କୋଭିଡ୍ କଟକଣା ଯୋଗୁ ଆନ୍ତଃ ରାଜ୍ୟ ବସ୍ ଚଳାଚଳ ବନ୍ଦ ଥିବାବେଳେ ଅନ୍ତ ରାଜ୍ୟ ବସ୍ ଚଳାଚଳ ମଧ୍ୟ ରହିଛି  । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଡ଼ିଶା ମୋଟର ଯାନ ଟିକସ ଆଇନ-୧୯୭୫ର ଧାରା ୧୫(୧) ପ୍ରାବଧାନ ଆଧାରରେ ଜୁଲାଇ ମାସର ଟିକସ ଛାଡ଼ କରିଛନ୍ତି । ପୂର୍ବରୁ ଏପ୍ରିଲ, ମେଁ ଓ ଜୁନ୍ ମାସର ମୋଟର ଯାନ ଟିକସକୁ ମଧ୍ୟ ଛାଡ଼ କରିଥିଲେ । ଅନ୍ୟପକ୍ଷରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ, ରାଜ୍ୟ ସରକାର ଅନୁମତି ଦେଇଥିଲେ ମଧ୍ୟ ବର୍ତର୍ମାନ ପରିସ୍ଥିତିରେ ବସ୍ ଚାଲିବା ସମ୍ଭବପର ନୁହେଁ । ସରକାର ୩ଟି ଦାବି ପୂରଣ କଲା ପରେ ଏନେଇ ଚିନ୍ତା କରାଯିବ । ୩ମାସ ମୋଟର ଯାନ ଟିକସ ଛାଡ଼ କରିବା ସହ ବୀମା କମ୍ପାନୀଗୁଡ଼ିକ ମଧ୍ୟ ବୀମା ଅବଧିକୁ ଆଉ ୩ମାସ ବୃଦ୍ଧି କରିବାକୁ ଦାବି କରିଛନ୍ତି  । ଗାଡ଼ି ମାଲିକଙ୍କୁ ରାଜ୍ୟ ସରକାର ୧ଲକ୍ଷ ଟଙ୍କା ଲେଖାଏଁ ଋଣ ଆକାରରେ ଦିଅନ୍ତୁ ବୋଲି ଘରୋଇ ବସ୍ ମାଲିକ ସଂଘ ଦାବି କରିବା ସହ ସରକାର ସବୁ ସମସ୍ୟାର ସମାଧାନ କରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.