Tuesday , October 3 2023
Breaking News
Home / ବିଶେଷ / ମହଙ୍ଗା ଭତା ଓ ମହଙ୍ଗା ସହାୟତା ବୃଦ୍ଧି କୁ କ୍ୟାବିନେଟ୍ ଅନୁମୋଦନ

ମହଙ୍ଗା ଭତା ଓ ମହଙ୍ଗା ସହାୟତା ବୃଦ୍ଧି କୁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ / ଭୁବନେଶ୍ୱର,୧୬/୦୭/୨୦୨୧(ଓଡ଼ିଶା ସମାଚାର)- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ସମିତି କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ମହଙ୍ଗା ଭତା (ଡିଏ) ଓ ପେନସନଭୋଗୀଙ୍କ ପାଇଁ ମହଙ୍ଗା ସହାୟତା (ଡିଆର)କୁ ବୃଦ୍ଧି କରିଛନ୍ତି । ମୂଳ ଦରମା/ ପେନସନରେ ଡିଏ/ଡିଆର ପରିମାଣକୁ ପୂର୍ବ ହାର ୧୭%ରୁ ବୃଦ୍ଧି କରି ୨୮% କରି ଦିଆଯାଇଛି, ଅର୍ଥାତ୍ ଏଥିରେ ୧୧% ବୃଦ୍ଧି ହୋଇଛି । ଏହି ବୃଦ୍ଧି ୦୧.୦୭.୨୦୨୧ ଠାରୁ ଲାଗୁ ହେବ । କୋଭିଡ-୧୯ ମହାମାରୀ କାରଣରୁ ଦେଖାଦେଇଥିବା ଅଭୂତପୂର୍ବ ପରିସ୍ଥିତି କାରଣରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ମହଙ୍ଗା ଭତା (ଡିଏ) ଓ ପେନସନଭୋଗୀଙ୍କୁ ଦିଆଯାଉଥିବା ମହଙ୍ଗା ସହାୟତା (ଡିଆର)ର ତିନୋଟି ଅତିରିକ୍ତ କିସ୍ତିକୁ ସ୍ଥଗିତ ରଖିଥିଲେ । ଯାହାକି ୦ ୧ . ୦ ୧ . ୨ ୦ ୨ ୦ , ୦୧.୦୭.୨୦୨୦ ଏବଂ ୦୧.୦୧.୨୦୨୧ରେ ପ୍ରଦାନ କରାଯିବାକୁ ଥିଲା । ବର୍ତମାନ, କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ମହଙ୍ଗା ଭତା (ଡିଏ) ଓ ପେନସନଭୋଗୀଙ୍କୁ ଦିଆଯାଉଥିବା ମହଙ୍ଗା ସହାୟତା (ଡିଆର)ରେ ୧୧% ବୃଦ୍ଧି ପାଇଁ ନିଷ୍ପତି ନେଇଛନ୍ତି । ମୂଳ ଦରମା/ ପେନସନରେ ଏହାର ହାର ୧୭%ରୁ ବୃଦ୍ଧି ପାଇଁ ୨୮% ହେବ । ଏହି ବୃଦ୍ଧିରେ ୦୧.୦୧.୨୦୨୦,୦୧.୦୭.୨୦୨୦ ଏବଂ ୦ ୧ . ୦ ୧ . ୨ ୦ ୨ ୧ ରେ ଦେୟଯୋଗ୍ୟ ତିନୋଟି ଅତିରିକ୍ତ କିସ୍ତି ପ୍ରତିଫଳିତ ହେବ । ୦୧.୦୧.୨୦୨୦ ଠାରୁ ଆରମ୍ଭ କରି ୩୦.୦୬.୨୦୨୧ ପର୍ଯ୍ୟନ୍ତ ଅବଧି ଲାଗି ମହଙ୍ଗା ଭତା/ମହଙ୍ଗା ସହାୟତା ହାର ପୂର୍ବବତ୍ ୧୭% ରହିବ ।(ଏଜେନ୍ସି)

Leave a Reply

Your email address will not be published. Required fields are marked *