Friday , December 3 2021
Breaking News
Home / ବିଶେଷ / ବାଲିଗୁଡା : କାର ସହ ଗଞ୍ଜେଇ ଜବତ ଅଭିଯୁକ୍ତ ଫେରାର

ବାଲିଗୁଡା : କାର ସହ ଗଞ୍ଜେଇ ଜବତ ଅଭିଯୁକ୍ତ ଫେରାର

ବାଲିଗୁଡା,୧୬/୦୭/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ବାବା ଶଙ୍କର ସରାଫ ଓ ଏକ ଟିମ୍ ସୀତାପଡି ଗ୍ରାମରେ ପାଟ୍ରୋଲିଂ କରୁଥିବା ସମୟରେ ଏକ ସୁଇଫ୍ଟ ଡିଜେଆର୍ କାର ନଂ.ୟୁକେ- ୧୭-ଇ-୨୬୬୫ କୁ ଯାଞ୍ଚ କରିବା ବେଳେ ଗାଡ଼ିରୁ ୭୦କିଲୋ ୮୦୦ ଗ୍ରାମ ଗଞ୍ଜେଇ ବାହାରିଥିଲା। ପୋଲିସ ପିଛା କରିବାର ଦେଖି ଗଞ୍ଜେଇ ମାଫିଆ ମାନେ କାର ଟିକୁ ଛାଡି ପଳାଇଥିବା ସୁଚନା ମିଳିଛି । ଗାଡ଼ିକୁ ଜବତ କରି ଥାନାକୁ ଅଣାଯାଇଥିଲା । ଘଟଣା ସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଥିବା ବେଳେ ବାଲିଗୁଡ଼ା ଥାନା ଏଏସଆଇ ଶାନ୍ତୁନୁ ପ୍ରଧାନ ଏକ ମାମଲା ନଂ. ୧୧୬/୨୧ରୁଜୁ କରି ତଦନ୍ତ ଅବ୍ୟାହତ ଥିବା ବିଷୟ ଥାନା ଭାରପ୍ରାପ୍ତ ଅଧିକାରୀ ବାବା ଶଙ୍କର ସରାଫ ପ୍ରକାଶ କରିଛନ୍ତି । ଓଡିଶା ସମାଚାର

About admin

Check Also

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୭ ତମ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ପାରାଦୀପ,୦୩/୧୨/୨୦୨୧(ଓଡ଼ିଶା ସମାଚାର)- ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୭ତମ ଜୟନ୍ତୀ ପାଳନ ନିମନ୍ତେ ପାରଦୀପର ଅଟଳ ବିହାରୀ …

Leave a Reply

Your email address will not be published. Required fields are marked *