Monday , December 6 2021
Breaking News
Home / ବିଶେଷ / ପାଲା କଳାକାରଙ୍କୁ ସ୍ୱତନ୍ତ୍ର ଆର୍ଥିକ ସହାୟତା ଦାବି

ପାଲା କଳାକାରଙ୍କୁ ସ୍ୱତନ୍ତ୍ର ଆର୍ଥିକ ସହାୟତା ଦାବି

ଭୁବନେଶ୍ୱର,୧୬/୦୭/୨୦୨୧(ଓଡ଼ିଶା ସମାଚାର)- ପାଲା କଳାକାରଙ୍କୁ କରୋନା କାଳୀନ ସ୍ୱତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଶ୍ରୀନୀଳାଚଳ ନିଖିଳ ଉତ୍କଳ ପାଲାଗାୟକ ପରିଷଦ ଦାବି କରିଛି  । ପରିଷଦ ସଭାପତି ମଦନ ମୋହନ ଜେନା କହିଛନ୍ତି ଯେ ପାଲା କଳା ଓଡ଼ିଶାର ନିଜସ୍ୱ, ବୌଦ୍ଧିକ ଓ ବିଦଗ୍ଧ କଳା । ପାଲା କଳା ହିଁ ଓଡ଼ିଶାର ଏକ ପ୍ରମୁଖ ସାଂସ୍କୃତିକ ପରିଚୟ । ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି, କାବ୍ୟକୃତି, ପଦ୍ୟ, କବି ଓ ଲେଖକଙ୍କୁ ପାଲା ସଂସ୍କୃତି ଉଜ୍ଜିବୀତ କରି ଆସିଛି । ପାଲା କଳାକାର ସମାଜର ଲୋକଶିକ୍ଷକ ଭାବେ ପରିଚିତ । ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ମୂଳକ କାର୍ଯ୍ୟକ୍ରମକୁ ଗାୟକ-ଗାୟିକା ପଲ୍ଲୀରୁ ସହରାଂଚଳ ପର୍ଯ୍ୟନ୍ତ ପାଲା ମାଧ୍ୟମରେ ଜନ ସାଧାରଣଙ୍କ ନିକଟରେ ସଚେତନତା ସୃଷ୍ଟି କରିଥାନ୍ତି । କେବଳ ପାଲାବୃତି ଉପରେ ନିର୍ଭରଶୀଳ ରାଜ୍ୟରେ ୧୫ ହଜାରରୁ ଊଦ୍ଧ୍ୱର୍ ପାଲାଗାୟକ ଓ ସହଯୋଗୀ ସଂଖ୍ୟା ମିଶି ୯୦ ହଜାର ହେବ । ଏହି କଳାକାର ଦୀର୍ଘ ୧୮ ମାସ ହେଲା ମହାମାରୀ କରୋନା କବଳରେ ସାଂସ୍କୃତିକ ସମାରୋହ ଓ ପାଲାମଣ୍ଡପ ନିଷିଦ୍ଧ ଥିବାରୁ ବହୁ ଦୁଃଖ ଦୁର୍ଦ୍ଧଶା ମଧ୍ୟରେ ଗତି କରୁଛନ୍ତି । ବର୍ତମାନ ତାଲାବନ୍ଦୀ ସମୟରେ ପାଲା କଳାକାର ପରିବାର ପ୍ରତିପୋଷଣ କରିବା ଅତି କଷ୍ଟସାଧ୍ୟ । ତେଣୁ ଏପରି ଦୁଃସ୍ଥିତି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶାର ପ୍ରତି ପାଲା କଳାକାରଙ୍କୁ ୨୦ ହଜାର ଟଙ୍କା ଲେଖାଏଁ କରୋନା କାଳୀନ ସ୍ୱତନ୍ତ୍ର ଆର୍ଥିକ ସହାୟତା ଯୋଗାଇ ଦିଆଯାଉ । ପରିଷଦର ନିର୍ଦ୍ଧେଶକ ତଥା କୃଷିବିତ୍ ଅମୀୟ କୁମାର ପଟ୍ଟନାୟକ, ସାଧାରଣ ସମ୍ପାଦକ ବସନ୍ତ ରାଉତ ପ୍ରମୁଖ ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ବିଭାଗୀୟ କମିଶନର ତଥା ଶାସନ ସଚିବଙ୍କ ନିକଟକୁ ପୃଥକ ପୃଥକ ଭାବେ ଦାବିପତ୍ର ପ୍ରଦାନ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ପଂଚାୟତିରାଜ ବ୍ୟବସ୍ଥାରେ ମନମାନୀ : ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଓ ଅଧିକାରକୁ ଫୁ

ଅଦୃଶ୍ୟ ଶକ୍ତିଙ୍କ ଗୁପ୍ତ ଚିଠାରେ ହେଉଛି ବିଭିନ୍ନ ପ୍ରକଳ୍ପ ଚୟନ ଓ ଅନୁମୋଦନ କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗ୍ରାମାଂଚଳ ର ବିକାଶ …

Leave a Reply

Your email address will not be published. Required fields are marked *