Monday , March 27 2023
Breaking News
Home / ବିଶେଷ / କାର୍ତିକେଶ୍ୱର ଯୁବକସଂଘ ଗୃହ ଉଦଘାଟିତ

କାର୍ତିକେଶ୍ୱର ଯୁବକସଂଘ ଗୃହ ଉଦଘାଟିତ

ଗରଦପୁର, ୧୬/୦୭/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ଜଗନ୍ନାଥପୁରସ୍ଥିତ କାର୍ତିକେଶ୍ୱର ଯୁବକ ସଂଘ ର ଗୃହ ଉଦଘାଟିତ ହୋଇ ଯାଇଛି । ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ଗୃହକୁ ଉଦଘାଟିତ କରିବା ସହିତ ଯୁବ ଶକ୍ତି , ଦେଶର ଶକ୍ତି । ଯୁବକମାନେ ଜାଗି ଉଠିଲେ ଦେଶ ଓ ଜାତିର ସାମାଜିକ , ସାଂସ୍କୃତିକ ଓ ଅର୍ଥନୈତିକ ପ୍ରଗତି ସମ୍ଭବ ବୋଲି ନିଜ ବକ୍ତବ୍ୟରେ ବିଧାୟକ ଶ୍ରୀ ନାୟକ ଉପସ୍ଥିତ ଯୁବକ ଓ ଗ୍ରାମବାସୀ ମାନଙ୍କୁ ପ୍ରେରଣାଦାୟୀ ପରାମର୍ଶ ଦେଇଥିଲେ । ଯୁବକ ସଂଘର ସଭାପତି ଦେବପ୍ରସାଦ ସାମନ୍ତରାୟ ଓ ଆବାହକ ଅମରେନ୍ଦ୍ର ମହାପାତ୍ର ଙ୍କ ନେତୃତ୍ୱରେ ସଂଘର ଶତାଧିକ ସଦସ୍ୟ ଓ ଗରଦପୁର ବ୍ଲକ୍ ବିଜେଡ଼ି ର ଛାମୁଆ କର୍ମୀମାନେ ବିଧାୟକ ଶ୍ରୀ ନାୟକଙ୍କୁ ପାଟକୁରା ବି୍ରିଜ ଠାରୁ ଯୁବକ ସଂଘ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଯୁବକ ସଂଘର କର୍ମକର୍ତା ସର୍ବଶ୍ରୀ ଦେବାଶିଷ ସାମନ୍ତରାୟ,ସୁନୀଲ ସାମନ୍ତରାୟ, ଜୟଦେବ ସ୍କାଇଁ, ଲିତନ ପୃଷ୍ଟି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଆୟୋଜିତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ଯୁବ ବିଜେଡ଼ି କୋଷାଧ୍ୟକ୍ଷ ଶୈଳେନ୍ଦ୍ର ମହାନ୍ତି,ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବାସୁଦେବ ବେହେରା, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଦିଲିପ ସାହୁ, ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଦିଲିପ ସେଠୀ, ପୂର୍ବତନ ଜିଲା ପରିଷଦ ସଦସ୍ୟ ସନ୍ତୋଷ ମାହାଳି,ସାଂସଦ ଙ୍କ ବ୍ଲକ୍ ପ୍ରତିନିଧି ଜୟଦେବ ବାରିକ, ସରପଂଚ ପ୍ରକାଶ ସାହୁ, ପୂର୍ବତନ ସରପଂଚ ଅଶୋକ ଜେନା,ରବିନ୍ଦ୍ର ମହାପାତ୍ର ଙ୍କ ସମେତ ନଳିନୀକାନ୍ତ ପରିଡ଼ା, ଗଗନ ମିଶ୍ର , ଅଜିତ ପଣ୍ଡା, ରଂଜିତ ପଣ୍ଡା, ଦିଲିପ ଚଇନି, ଦିଲିପ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଉଲେଖନୀୟ ଏହିକି ଗରଦପୁର ବ୍ଲକ୍ ବିଜେଡ଼ିରେ ଗୋଷ୍ଠି କନ୍ଦଳ ଥିବାରୁ ପାଟକୁରା ପଂଚାୟତ ର ଜଗନ୍ନାଥପୁର ଗ୍ରାମରେ ଏହି ଉଦଘାଟନ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ଏଥିରେ ପାଟକୁରା ସରପଂଚ ସୂର୍ଯ୍ୟମଣି ସେଠୀ ଉପସ୍ଥିତ ନଥିବା ଦେଖିବାକୁ ମିଳିଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.