Sunday , March 26 2023
Breaking News
Home / ବିଶେଷ / ଓଲଟିଲା ଗ୍ୟାସ ବୋଝେଇ ଟ୍ରକ, ଅଳ୍ପକେ ବର୍ତ୍ତୀଲେ ଡ୍ରାଇଭର

ଓଲଟିଲା ଗ୍ୟାସ ବୋଝେଇ ଟ୍ରକ, ଅଳ୍ପକେ ବର୍ତ୍ତୀଲେ ଡ୍ରାଇଭର

ମାହାଙ୍ଗା, ୧୬/୦୭/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- ଆଜି ସକାଳୁ  ମାହାଙ୍ଗା ବ୍ଲକ ଭଉଁରିଆ ପଞ୍ଚାୟତ ରେ ରହିଥିବା ଲାବଣ୍ୟ ଗ୍ୟାସ ଏଜେନ୍ସିକୁ ଗୋଟିଏ ଟ୍ରକ ଯୋଗେ ଖୋର୍ଦ୍ଧା ଅଂଚଳରୁ ସିଲିଣ୍ଡର ଭର୍ତ୍ତି ଏଚପି ଗ୍ୟାସ ଆସୁଥିବା ବେଳେ ଟ୍ରକଟି ବାଂଛାବଟ ଠାକୁରାଣୀପୀଠ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ ବିଲ କୁ ଓଲଟି ପଡିଥିଲା ।  ଗ୍ରାମାଞ୍ଚଳରେ ଏଭଳି ଅଣଚଉଡା ରାସ୍ତାରେ ଭାରୀଯାନ ଚଳାଚଳ କରୁଥିବାରୁ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି  । ତେବେ ଆଜିର ଦୁର୍ଘଟଣାରେ ଗାଡିଚାଳକ ଅଳ୍ପକେ ରକ୍ଷା ପାଇଯାଇଥିବା ଦେଖିବାକୁ ମିଳିଛି  । ଡ୍ରାଇଭରର ଅଣ୍ଟା ଜଖମ ହୋଇଯାଇଛି ବୋଲି ଜଣାପଡିଛି  । ସ୍ଥାନୀୟ ଲୋକେ ଗାଡି  ଡ୍ରାଇଭରକୁ ଉଦ୍ଧାର କରିଛନ୍ତି  । ଗ୍ୟାସ ସିଲିଣ୍ଡର ଭର୍ତ୍ତି ଏହି ଗାଡ଼ିଟିର ଫିଟନେସ ଓ ଆବଶ୍ୟକୀୟ କାଗଜପତ୍ରରେ ବହୁ ଚଂଚକତା କରାଯାଇଥିବା ନେଇ ସାଧାରଣରେ ପ୍ରଶ୍ନବାଚୀ  ସୃଷ୍ଟି ହୋଇଛି । ତେବେ ପୋଲିସ ପ୍ରଶାସନ ପକ୍ଷରୁ ଘଟଣାର ସଠିକ ତଦନ୍ତ ହେଲେ ବହୁ ବେଆଇନି କାରବାରର ପର୍ଦ୍ଦାଫାଶ ହୋଇପାରନ୍ତା  ବୋଲି ସାଧାରଣରେ ମତପ୍ରକାଶ  ପାଉଛି  । ଓଡ଼ିଶା ସମାଚାର

Leave a Reply

Your email address will not be published.