Friday , September 29 2023
Breaking News
Home / ବିଶେଷ / ଏକ କଂଟିନର ରୁ ଚୋରି- ଥାନାରେ ଏତଲା

ଏକ କଂଟିନର ରୁ ଚୋରି- ଥାନାରେ ଏତଲା

ପାରାଦ୍ୱୀପ,୧୬/୦୭/୨୦୨୧(ଓଡ଼ିଶା ସମାଚାର)- ପାରାଦ୍ୱୀପ ଷଣ୍ଡକୁଦ ନିକଟରେ ଥିବା ଡିସିଆଇ କମ୍ପାନୀ ର ଏକ କଂଟିନର ରୁ ଚୋରି । ଜଟାଧାର ସାମୁଦ୍ରିକ ଥାନା ରେ ଏତଲା । ପାରାଦ୍ୱୀପ ଷଣ୍ଡକୁଦ ନିକଟରେ ଏକ କମ୍ପାନୀର ଡ୍ରେଜିଙ୍ଗ କାର୍ଯ୍ୟ ପାଇଁ ପାଇପଲାଇନ ବିଛାଇଥିବା ଡ୍ରେଜିଙ୍ଗ କର୍ପୋରସନ ଇଣ୍ଡିଆ ବା ଡି ସି ଆଇ କମ୍ପାନୀ ଷଣ୍ଡକୁଦ ଛକ ନିକଟରେ ସମୁଦ୍ରକୂଳ ସାଇଟ କୁ ଏକ କଂଟିନର ରେ ନଟ, ବୋଲ୍ଟ ଓ ଅନ୍ୟାନ୍ୟ କିଛି ସାମଗ୍ରୀ ରଖାଯାଇଥିଲା । ତେବେ ଏହି କଂଟିନର ର ତାଲା ଭାଙ୍ଗି କେହି ଦୁର୍ବୃତ ଏହି କଂଟିନର ରୁ ଲୁହା ନଟ, ବୋଲ୍ଟ ସବୁ ଚୋରି କରି ନେଇ ଯାଇଥିବା ର କମ୍ପାନୀ ର କର୍ମଚାରୀ ମାନେ ଦେଖିବା ପରେ ଜଟାଧାର ମୁହାଁଣ ସାମୁଦ୍ରିକ ଥାନା ରେ ଏତଲା ଦିଆଯିବା ପରେ   ପୋଲିସ ପକ୍ଷରୁ  ଘଟଣା ର ଅନୁସନ୍ଧାନ ଜାରି ରହିଛି । କଂଟିନର ରୁ ଚୋରି ହୋଇଥିବା ଜିନିଷ ର ଆନୁମାନିକ ମୂଲ୍ୟ ୨୦ ହଜାର ରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଏତଲା ପୋଲିସ ପକ୍ଷରୁ ସୂଚନା ମିଳିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *