Tuesday , December 7 2021
Breaking News
Home / ତାଜା ଖବର / ଆଉ ୨୦୭୦ ଜଣ କରୋନା ସଂକ୍ରମିତ ଚିହ୍ନଟ, ୬୪ ଜଣଙ୍କ ମୃତ୍ୟୁ

ଆଉ ୨୦୭୦ ଜଣ କରୋନା ସଂକ୍ରମିତ ଚିହ୍ନଟ, ୬୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୬/୦୭/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୦୭୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୯୫ଜଣ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୮୭୫ ଜଣ ସ୍ଥାନୀୟ ସଂକ୍ରମିତ । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୫୭ଜଣ, ବାଲେଶ୍ୱର ଜିଲ୍ଲାରୁ ୧୭୬ଜଣ, ବରଗଡ଼ ଜିଲ୍ଲାରୁ ୧୫ଜଣ, ଭଦ୍ରକ ଜିଲ୍ଲାରୁ ୬୬ଜଣ, ବଲାଙ୍ଗୀର ଜିଲ୍ଲାରୁ ୭ଜଣ, ବୌଦ୍ଧ ଜିଲ୍ଲାରୁ ୧୧ଜଣ, କଟକ ଜିଲ୍ଲାରୁ ୩୧୯ଜଣ, ଦେଓଗଡ଼ ଜିଲ୍ଲାରୁ ୩ଜଣ, ଢେଙ୍କାନାଳ ଜିଲ୍ଲାରୁ ୪୪ଜଣ, ଗଜପତି ଜିଲ୍ଲାରୁ ୧୧ଜଣ, ଗଞ୍ଜାମ ଜିଲ୍ଲାରୁ ୧୨ଜଣ, ଜଗତସିଂହପୁର ଜିଲ୍ଲାରୁ ୯୭ଜଣ, ଯାଜପୁର ଜିଲ୍ଲାରୁ ୧୩୬ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୮ଜଣ, କଳାହାଣ୍ଡି ଜିଲ୍ଲାରୁ ୧୨ଜଣ, କନ୍ଧମାଳ ଜିଲ୍ଲାରୁ ୧୮ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭୭ଜଣ, କେନ୍ଦୁଝର ଜିଲ୍ଲାରୁ ୫୬ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୪୪୬ଜଣ, କୋରାପୁଟ ଜିଲ୍ଲାରୁ ୨୩ଜଣ, ମାଲକାନାଗିରି ଜିଲ୍ଲାରୁ ୨୦ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୮୧ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୧ଜଣ, ନୟାଗଡ଼ ଜିଲ୍ଲାରୁ ୫୯ଜଣ, ନୂଆପଡ଼ା ଜିଲ୍ଲାରୁ ୭ଜଣ, ପୁରୀ ଜିଲ୍ଲାରୁ ୧୧୦ଜଣ, ରାୟଗଡ଼ା ଜିଲ୍ଲାରୁ ୧୮ଜଣ, ସମ୍ବଲପୁର ଜିଲ୍ଲାରୁ ୧୬ଜଣ, ସୋନପୁର ଜିଲ୍ଲାରୁ ୮ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୬୬ଜଣ, ଷ୍ଟେଟ ପୁଲ୍ରୁ ୮୫ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୪୯୯୨୯ କୁ ବୃଦ୍ଧି ପାଇଛି ।

ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୬୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ସୂଚନା ମିଳିଛି। ଖୋର୍ଦ୍ଧାରୁ ୨୨, ବରଗଡରୁ ୧୦, ବାଲେଶ୍ୱରରୁ ୮, ସୁନ୍ଦରଗଡରୁ ୭, ଗଞ୍ଜାମରୁ ୬, କନ୍ଧମାଳ ଓ ସମ୍ବଲପୁରରୁ ୨ ଜଣ ଲେଖାଏଁ, ବୌଦ୍ଧ, କଳାହାଣ୍ଡି, କେନ୍ଦ୍ରାପଡା, ମୟୂରଭଞ୍ଜ, ନୂଆପଡା, ପୁରୀ, ରାୟଗଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୯୨୫କୁ ବୃଦ୍ଧି ପାଇଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୪୯୯୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୨୩୨୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନାଜନିତ ମୃତ୍ୟୁ ସଂଖ୍ୟା ୪୯୨୫ ରେ ପହଂଚିଥିବାବେଳେ ୫୩ ଜଣ କରୋନା ସଂକ୍ରମିତ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି । ଆଉ ୨୧୭୪୨ ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସାଧିନ ରହିଥିବା ବେଳେ ଏବେ ସୁଦ୍ଧା ରାଜ୍ୟରେ ୧୪୯୧୫୫୦୪ ସାମ୍ପୁଲ ଟେଷ୍ଟ୍ ହୋଇଛି ।ଓଡ଼ିଶା ସମାଚାର

About admin

Check Also

ଭାରିଗୋଳରେ ଅଗ୍ନୀକାଣ୍ଡ, ମହିଳା ଗୁରୁତର ଗାଈ ବାଛୁରୀ ଅର୍ଦ୍ଧ ଦଗ୍ଧ

ଗରଦପୁର,୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ବଡ଼ବେତ୍ରା ପଂଚାୟତସ୍ଥିତ ଭାରିଗୋଳ ଗ୍ରାମର ରବିନ୍ଦ୍ର ମହାନ୍ତିଙ୍କର ୨ ବଖରା ଚାଳ ଛପର ଗୁହାଳ …

Leave a Reply

Your email address will not be published. Required fields are marked *