କଟକ,୧୬/୦୭/୨୦୨୧(ଓଡ଼ିଶା ସମାଚାର)- ଗତ ରଥଯାତ୍ରା ଦିନ ପ୍ରସିଦ୍ଧ ମରହଟ୍ଟା ସମୟର ବାବା ଆମେରେଶ୍ୱର ମନ୍ଦିର କାନ୍ଥ କୁ ଲାଗି ଏକ ମଦ ଦୋକାନ ଖୋଲା ଯାଇଛି, ଯାହାକୁ ନେଇ ସ୍ଥାନୀୟ ଅଂଚଳ ଅଧିବାସୀ,କଟକ ର ବୁଦ୍ଧିଜୀବୀ, ଶ୍ରଧାଳୁ ତଥା ପୂଜକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଆଜି ଆନ୍ଦୋଳନର ରୂପ ନେଇଛି ।
ତଥା କଥିତ ଦୋକାନୀକୁ ଅଞ୍ଚଳ ବାସି ଅନୁରୋଧ କରିବା ସତ୍ଵ ଜୋର ଜବରଦସ୍ତି ସେ ମଦ ଦୋକାନ ଖୋଲିଛନ୍ତି । ତାଙ୍କର ଏହି ଭଳି ସମାଜ ବିରୋଧୀ ପ୍ରୟାସର ଉତ୍ତର ସ୍ୱରୂପ ଆଜି ଏହି ଆନ୍ଦୋଳନ ମୁଣ୍ଡ ଟେକିଲା । ଯଥା ଶୀଘ୍ର ସରକାର ତଥା ପ୍ରଶାସନ ଯଦି ଏହି ମଦ ଦୋକାନକୁ ବନ୍ଦ ନ କରନ୍ତି ତେବେ ଆଗକୁ ଏହା କଟକର ଗଣ ଆନ୍ଦୋଳନରେ ପରିଣତ ହେବ ବୋଲି ଅଞ୍ଚଳ ବାସି, ସେବାୟତ ତଥା ବୁଦ୍ଧି ଜୀବି ମାନେ ପ୍ରକାଶ କରିବା ସହିତ ଜନସାଧାରଣ ଙ୍କ ଧାର୍ମିକ ବିଶ୍ୱାସ ଉପରେ ସରକାର କୁଠାର ଘାତ କରିବାରୁ ନିବୃତ ରହିବାକୁ ଅନୁରୋଧ କରିଛନ୍ତି ।
ଏହି ଆନ୍ଦୋଳନ କୁ ମଦନମୋହନ ସାହୁ, ବିଶ୍ୱଜିତ ସୂର୍ୟ୍ୟବଂଶୀ, ରାକେଶ ସାହୁ, ମାନସ ରଞ୍ଜନ ଦାସ,ମହମଦ ଫୟାଜ ଉଦିନ ପ୍ରମୁଖ ପରିଚାଳନା କରିବା ସହିତ ସଂଜୀବ ସାହୁ, ପ୍ରତାପ କୁମାର ସାହୁ, କାର୍ତିକ ଦାଶ,ରୁଦ୍ର ପ୍ରସାଦ ରାୟ, ନାରୀ ନେତ୍ରୀ ପ୍ରାଚୀ ମହାପାତ୍ର, ନୂତନ ସାହୁ ଓ ମୀରା ସାହୁ ସମେତ ଅଂଚଳର ଅନେକ ମହିଳା, ବୁଦ୍ଧିଜୀବୀ,ତଥା ଶ୍ରଧାଳୁ ମାନେ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର