Monday , December 6 2021
Breaking News
Home / ବିଶେଷ / ବୁଲା ଗାଈଗୋରୁଙ୍କୁ ନିୟନ୍ତ୍ରଣ କରିବାକୁ କଠୋର ହେବ ବିଏମସି

ବୁଲା ଗାଈଗୋରୁଙ୍କୁ ନିୟନ୍ତ୍ରଣ କରିବାକୁ କଠୋର ହେବ ବିଏମସି

ଭୁବନେଶ୍ୱର,୧୫/୦୭/୨୦୨୧(ଓଡ଼ିଶା ସମାଚାର)- ଏଣିକି ବୁଲା ଗାଈଗୋରୁଙ୍କ ନିୟନ୍ତ୍ରଣ ପାଇଁ କଠୋର ହୋଇଛି ବିଏମସି । ଏଥିପାଇଁ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ କରି କାମରେ ଲଗାଇବାକୁ ଯୋଜନା କରିଛି । ଭୁବନେଶ୍ୱର ରାସ୍ତାଘାଟରେ ବୁଲା ଗାଈଗୋରୁଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଟ୍ରାଫିକ୍ ଜନିତ ସମସ୍ୟା ଉପୁଜୁଥିବା ନଜରକୁ ଆସିଛି । ଏଣିକି ରାଜଧାନୀ ରାଜରାସ୍ତାରେ ଗାଈ ବାହାରେ ବୁଲିଲେ ନେଇଯିବ ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ବାରମ୍ବାର ମାଲିକମାନେ ରାଜଧାନୀରେ ଗାଈମାନଙ୍କୁ ଅସୁରକ୍ଷିତ ଭାବେ ବାହାରକୁ ଛାଡ଼ିଦେଉଥିବାରୁ ଦୁର୍ଘଟଣାମାନ ଘଟି ଧନଜୀବନ ନଷ୍ଟ ହେଉଛି । ଏନେଇ ବିଏମସି ପକ୍ଷରୁ ବାରମ୍ବାର ସତର୍କ କରାଯିବା ସତ୍ୱେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଏ ସକାଶେ କଠୋର ମନୋବୃତିି ଆପଣାଇବା ସହ ଗାଈମାନେ ସହରର ଏଣେ ତେଣେ ବୁଲିଲେ ସେମାନଙ୍କୁ ବିଏମସି ପକ୍ଷରୁ ଉଦ୍ଧାର କରାଯାଇ ପ୍ରଥମେ କାଞ୍ଜିଆହୁଦାରେ ଅସ୍ଥାୟୀ ଭାବେ ରଖାଯିବ ଏବଂ ପରେ ବିଏମସି ନକଟବର୍ତୀ ଥିବା ଜିଲ୍ଲା ଯଥା ଖୋର୍ଦ୍ଧା, ପୁରୀ ଓ କଟକରେ ଥିବା ଏସଏଚଜିଙ୍କୁ ପ୍ରଦାନ କରାଯିବ । ଯେଉଁମାନେ କି ବିଶେଷ ଭାବେ କ୍ଷୀର ଉତ୍ପାଦନ କରୁଥିବେ, ସେମାନଙ୍କୁ ଉଦ୍ଧାର ହୋଇଥିବା ଗାଈମାନଙ୍କୁ ପ୍ରଦାନ କରାଯିବାକୁ ନିଷ୍ପତିି ନିଆଯାଇଛି । ମିଳିଥିବା ସୂଚନା ମୂତାବକ, ପୁରୀ, ଖୋର୍ଦ୍ଧା ଓ କଟକର ବିଭିନ୍ନ ବ୍ଲକ୍ ରେ ଯେଉଁଠି ଏସଏଚଜି କ୍ଷୀର ଉତ୍ପାଦନ କରୁଥିବେ ସେମାନଙ୍କ ତାଲିକା ଦେବା ପାଇଁ ବିଏମସି ପକ୍ଷରୁ ଚିଠି ଲେଖିାଯାଇଛି । ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାର ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଧେଶକଙ୍କୁ ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ଏହି ଚିଠି ଲେଖିଛନ୍ତି । ଭୁବନେଶ୍ୱର ରାସ୍ତାଘାଟରେ ବୁଲା ଗାଈଙ୍କ ସଂଖ୍ୟା ବହୁ ପରିମାଣରେ ଦେଖିବାକୁ ମିଳୁଛି । ଅଧିକାଂଶ ସ୍ଥଳରେ ଗାଈଙ୍କ ସକାଶେ ଟ୍ରାଫିକ୍ ଜନିତ ସମସ୍ୟା ଉପୁଜୁଥିବା ନଜରକୁ ଆସିଛି । ଏହି ସମସ୍ୟାର ସମାଧାନ ସଦୃଶ ବିଏମସତ୍ସମ୍ପୃକ୍ତ ବୁଲା ଗାଈଙ୍କୁ ପ୍ରଥମେ ରାସ୍ତାରୁ ଉଦ୍ଧାର କରିବ । ପରେ ସେମାନଙ୍କୁ ଏସଏଚଜି ଗ୍ରୁପ୍ ସଦସ୍ୟଙ୍କୁ କ୍ଷୀର ଉତ୍ପାଦନ କରିବାକୁ ଯୋଗାଇବ ବୋଲି ଉକ୍ତ ଚିଠିରେ ଉଲ୍ଲେଖ ରହିଛି । ବଡ଼କଥା ହେଉଛି ଯଦି ଗାଈକୁ ଉଦ୍ଧାର ପରେ ମାଲିକ ନେବାକୁ ଚାହିଁବେ, ତାହେଲେ ଉଦ୍ଧାର ହେବାର ୭ ଦିନ ମଧ୍ୟରେ ସେ ଗାଈକୁ ଆବଶ୍ୟକ ଜୋରିମାନା ଦେଇ ନେଇପାରିବେ । ଆଉ ଯଦି ଗାଈକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ମାଲିକ ନ ନେବେ, ତେବେ ତାକୁ ସମସ୍ତ ଦସ୍ତାବିଜ୍ ସହ ନିକଟବର୍ତୀ ଏସଏଚଜିକୁ ହସ୍ତାନ୍ତର କରାଯିବ । ଯିଏକି ଗାଈକୁ ତାଙ୍କ ଦୈନନ୍ଦିନ ଜୀବନର ଆବଶ୍ୟତକା ପୂରଣ କରିବାରେ ଉପଯୋଗ କରିବେ । ହସ୍ତାନ୍ତର ପୂର୍ବରୁ ଗାଈର ସଠିକ୍ ଢ଼ଙ୍ଗରେ ଟ୍ୟାଗିଂ ଓ ସମସ୍ତ ସ୍ୱାସ୍ଥ୍ୟାବସ୍ଥା ଯାଂଚ କରାଯାଇ ପ୍ରଦାନ କରାଯିବ ବୋଲି ବିଏମସି ପକ୍ଷରୁ ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି । ତେଣୁ ପୁରୀ, ଖୋର୍ଦ୍ଧା ଓ କଟକର ଜିଲ୍ଲାପାଳ ତଥା ପ୍ରକଳ୍ପ ଅଧିକାରୀ ଜିଲ୍ଲା ମଧ୍ୟରେ ଥିବା ଏପରି ଏସଏଚଜିର ତାଲିକା ପ୍ରଦାନ କରନ୍ତୁ ବୋଲି ବିଏମସି ପକ୍ଷରୁ ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି । ଆପାତକାଳୀନ ଭାବେ ଏହାକୁ ଗ୍ରହଣ କରିବାକୁ ବିଏମସି ପକ୍ଷରୁ ଅନୁରୋଧ କରାଯାଇଛି । ଉଲ୍ଲେଖଯୋଗ୍ୟ, ଖାରବେଳ ନଗରରେ ଥିବା କାଂଜିଆହୁଦାରେ ବିଏମସି ଉଦ୍ଧାର କରି ଗାଈମାନଙ୍କୁ ଅସ୍ଥାୟୀ ଭାବେ ରଖିବ । କାଂଜିଆହୁଦାର ପୁନରୁଦ୍ଧାର ସରିଥିବାବେଳେ ତାର ନିୟମିତ ବ୍ୟବହାର କରିବାକୁ ବିଏମସି ଲକ୍ଷ୍ୟ ରଖିଛି । ଏହି କାର୍ଯ୍ୟର ପରିଚାଳନା ଦାୟିତ୍ୱ ବିଏମସି ଡେପୁଟି କମିଶନର ପ୍ରମୋଦ ପୃଷ୍ଟିଙ୍କୁ ଦିଆଯାଇଥିବାବେଳେ ଗତ କିଛି ଦିନ ହେବ ସେ ବହୁ ପଶୁଚିକିତ୍ସାଳୟ ତଥା ପ୍ରାଣୀ ଆଶ୍ରୟସ୍ଥଳୀ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ରୁ କୋଟିଏ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ ଅଭିଯୋଗ

ଭୁବନେଶ୍ୱର,୦୫/୧୨/୨୦୨୧ (ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ର ଗ୍ରୀଲ ଓ …

Leave a Reply

Your email address will not be published. Required fields are marked *