Monday , December 6 2021
Breaking News
Home / ବିଶେଷ / ପାରାଦ୍ୱୀପ ସମୁଦ୍ର ବେଳାଭୂମୀରେ ଦୁର୍ଲଭ ଷ୍ଟେନିଲା ଡଲଫିନର ମୃତ ଦେହ ଉଦ୍ଧାର

ପାରାଦ୍ୱୀପ ସମୁଦ୍ର ବେଳାଭୂମୀରେ ଦୁର୍ଲଭ ଷ୍ଟେନିଲା ଡଲଫିନର ମୃତ ଦେହ ଉଦ୍ଧାର

ପାରାଦ୍ୱୀପ ୧୫/୦୭/୨୦୨୧(ଓଡ଼ିଶା ସମାଚାର)-  ପାରାଦ୍ୱୀପ ସମୁଦ୍ର କୂଳରେ ଲଙ୍ଗ-ସ୍ନାଉଟେଡ୍ ସ୍ପିନର (ଷ୍ଟେନିଲା) ଡଲଫିନ୍ ଭାବରେ ଜଣାଶୁଣା ଏକ ଦୁର୍ଲଭ ଡଲଫିନ୍ ର ଶବ ଦେଖିବାକୁ ମିଳିଛି । ଖବରରୁ ପ୍ରକାଶ ଗୁରୁବାର ସକାଳେ ପାରାଦ୍ୱୀପ ର ଆଇଓସିଏଲ ରିଫାଇନାରୀ ସାଉଥ ଗେଟ ନିକଟସ୍ଥ ସମୁଦ୍ର ବେଳାଭୂମୀ ରେ ୫.୯ ଫୁଟ ଲମ୍ବ ଓ ପ୍ରାୟ ୫୦ କେଜି ଓଜନର ଏହି ଡଲଫିନ୍ ର ମୃତଦେହ ଦେଖିବାକୁ ମିଳିଥିଲା । ଖବର ପାଇ କୁଜଙ୍ଗ ବନ ବିଭାଗ ଅଧିକାରୀ ମାନେ ଘଟଣା ସ୍ଥଳରେ ପହô ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଡଲଫିନ୍ ମୃତୁ୍ୟର କାରଣ ପୋଷ୍ଟମର୍ଟମ ପରେ ସ୍ପଷ୍ଟ ହେବ ବୋଲି ବନ ବିଭାଗ ପକ୍ଷରୁ ପ୍ରକାଶ । ତେବେ କୌଣସି ଜାହାଜ କିମ୍ବା ବଡ ମାଛ ଧରା ବୋଟ ର ଫ୍ୟାନ୍ରେ  ମାଡ ହୋଇ ଏହି ଡଲଫିନ୍ ର ମୃତୁ୍ୟ ହୋଇଥିବା ସନ୍ଦେହ କରାଯାଏ । ସୂଚନା ଥାଉକି ଏହି ପରି ପୂର୍ବରୁ ପାରାଦ୍ୱୀପ ବେଳଭୂମୀରେ ମୃତ ଡଲଫିନ ଦେଖିବାକୁ ମିଳିଥିଲା । ତେବେ ଘଟଣା ଗୁଡିକରୁ ସ୍ପଷ୍ଟ ହୁଏ ଯେ ପାରାଦ୍ୱୀପ ସମୁଦ୍ରରେ ଡଲଫିନ ମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏଭଳି ଦୁର୍ଲଭ ଡଲଫିନ ଗୁଡିକର ସୁରକ୍ଷା ନିମନ୍ତେ ପାରାଦ୍ୱୀପ ଯୁବକ ସଙ୍ଘର ସଭାପତି ଇଂ ମନୋଜ କୁମାର ନାୟକ ପ୍ରଶାସନ କୁ ଅନୁରୋଧ କରିଥିବା ଜଣାଯାଏ  । ଓଡ଼ିଶା ସମାଚାର

About admin

Check Also

ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ରୁ କୋଟିଏ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ ଅଭିଯୋଗ

ଭୁବନେଶ୍ୱର,୦୫/୧୨/୨୦୨୧ (ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ର ଗ୍ରୀଲ ଓ …

Leave a Reply

Your email address will not be published. Required fields are marked *