ସାଲେପୁର /ନିଶ୍ଚିନ୍ତକୋଇଲି ୧୫/୦୭/୨୦୨୧ (ଓଡିଶା ସମାଚାର / ଅଭୟ ଜେନା ) – ସାଲେପୁର ଥାନା ତଥା ନିଶ୍ଚିନ୍ତକୋଇଲି ବ୍ଲକ କୋଲଣପୁର ଗ୍ରାମ ରେ ଜଣେ ନାବାଳିକା ଝିଅ ର ବିବାହ ହେଉଥିବା ସୁଚନା ପାଇ ସାଲେପୁର ପୋଲିସ ଓ ନିଶ୍ଚିନ୍ତକୋଇଲି ସିଡ଼ିପିଓ ମିଳିତ ଭାବେ କୋଲଣପୁର ଗ୍ରାମ ରେ ପହଞ୍ଚି ବିବାହ କୁ ବନ୍ଦ କରିବା ସହିତ ନାବାଳିକା କୁ ଉଦ୍ଧାର କରିଥିବା ଜଣାପଡିଛି । ଖବର ରୁ ପ୍ରକାଶ ଯେ, ସାଲେପୁର ବ୍ଲକ ବହୁଗ୍ରାମ ପଂଚାୟତ ବିଶ୍ୱନାଥ ପୁର ଗ୍ରାମର ନଟବର ସାମଲ ଙ୍କ ପୁଅ ଶ୍ରୀକାନ୍ତ ସହ କୋଲଣପୁର ର ବାବୁଲି ମଲ୍ଲିକ ଙ୍କ ନାବାଳିକା ଝିଅ ସହ ବିବାହ ହୋଇଥାନ୍ତା । ନିଶ୍ଚିନ୍ତକୋଇଲି ସିଡିପିଓ ଲୀଳାବତୀ ସେଠୀ ଓ କୋଲଣପୁର ସରପଞ୍ଚ ଙ୍କ ପ୍ରତିନିଧି ଯଚିନ୍ଦ୍ର ନାଥ ଜେନା ଙ୍କ ଉଦ୍ୟମ ରେ ଏହାକୁ ବନ୍ଦ କରାଯାଇଥିବା ବେଳେ, ବହୁଗ୍ରାମ ସରପଞ୍ଚ ମିଲି ବୋଷ ମଧ୍ୟ ପୁଅ ପକ୍ଷକୁ ବିବାହ ବନ୍ଦ ପାଇଁ ତାଗିଦ କରିଥିବା ଏଠାରେ ପ୍ରକାଶ କରିଛନ୍ତି । ଏଠାରେ ଘଟଣା ଟି ଚର୍ଚ୍ଚା ର ବିଷୟ ହୋଇଛି । ଓଡ଼ିଶା ସମାଚାର