Friday , September 29 2023
Breaking News
Home / ବିଶେଷ / ଦୁଇ ଚୋରା ମଦ ବ୍ୟବସାୟୀ ଗିରଫ- ଦେଶୀ ଓ ବିଦେଶୀ ମଦ ଜବତ

ଦୁଇ ଚୋରା ମଦ ବ୍ୟବସାୟୀ ଗିରଫ- ଦେଶୀ ଓ ବିଦେଶୀ ମଦ ଜବତ

ପାରାଦୀପ ୧୫/୦୭/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଆଦର୍ଶ ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ଚୋରା ମଦ ବେପାରୀଙ୍କ ପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବୁଧବାର ଦିନ ପାରାଦୀପ ଆଦର୍ଶ ଥାନା ଅଧିକାରୀ ଶ୍ରୀ ମିଶ୍ରଙ୍କ ନେତୃତ୍ୱରେ ପାରାଦୀପର ଅଠରବାଙ୍କୀ ଓ ନୁଆବଜାର ବସ୍ତି ଅଂଚଳରେ ଚଢାଉ କରାଯାଇଥିଲା । ନୂଆବଜାର ଅଂଚଳର କାଶିନାଥ ପଡିହାରୀଙ୍କ ଠାରୁ ୨୫ଲିଟର ୯୮୦ମି.ଲି ଓ ଅଠରବାଙ୍କୀରୁ ପ୍ରଭାତ ମଣ୍ଡଳ (ଛୋଟୁ) ଠାରୁ ୫.୨୨୦ଲି. ଚୋରା ମଦ ପୋଲିସ୍ ହାତରେ ଧରା ପଡିଥିବା ନେଇ ଥାନା ଅଧିକାରୀ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ତେବେ ଅଭିଯୁକ୍ତଙ୍କ ନିକଟରୁ ମୋଟ ୩୧.୨୦୦ଲି. ଦେଶି ଓ ବିଦେଶି ମଦ ଜବତ ହୋଇଛି । ଅଭିଯୁକ୍ତ ପ୍ରଭାତଙ୍କୁ କେସ୍ ନଂ ୧୩୮/୨୧ ଓ ଅନ୍ୟତମ ଅଭିଯୁକ୍ତ କାଶିନାଥଙ୍କ ବିରୁଦ୍ଧରେ ୧୩୯/ ୨୧ ରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲଣ କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *