Sunday , March 26 2023
Breaking News
Home / ରାଜନୀତି / ତୈଳ ଦର ବୃଦ୍ଧି ପ୍ରତିବାଦ ରେ ଓଡିଶା ବନ୍ଦ

ତୈଳ ଦର ବୃଦ୍ଧି ପ୍ରତିବାଦ ରେ ଓଡିଶା ବନ୍ଦ

କଟକ, ୧୫/୦୭/୨୦୨୧(ଓଡ଼ିଶା ସମାଚାର /ଦେବାଶିଷ ରଥ)-ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ଅକାଶଛୁଆଁ ହେଲାଣି । ପ୍ରତ୍ୟକ ଦିନ କିଛି କିଛି ଟଙ୍କା ବଢି ଚାଲିଛି ,କମିବାର ନାଁ ନେଉନି । ତତସହିତ ଖାଉଟି ସାମଗ୍ରୀ ମଧ୍ୟ ବଢ଼ିବାରେ ଲାଗିଛି ।ଯାହା ଜଣେ ସାଧାରଣ ମଣିଷର ଦୈନନ୍ଦିନ ଜୀବନକୁ କୁଠାରାଘାତ କରୁଛି ।ସେଥିପାଇଁ ଆଜି ୪ଟି ବାମପନ୍ଥୀ ଦଳ ପକ୍ଷରୁ ଓଡିଶା ବନ୍ଦର ଡାକରା ଦିଆଯାଇଥିଲା।ସିପିଆଇ, ସିପିଆଇ (ଏମ),ସିପିଆଇ(ଏମ ଏଲ),ଲିବ୍ରେସନ ଓ ଫରୱାଡ଼ ପାର୍ଟି ପକ୍ଷରୁ ଆଜିର ଏହି ବନ୍ଦ ଡାକରା ଦିଆଯାଇଥିଲା। ଆଜି ଏହି ବନ୍ଦ ରେ କଟକ ଖପୁରିଆରେ, ସିପିଆଇ (ଏମ)ର କଟକ ନଗର ସମ୍ପାଦକ ଶ୍ରୀ ପ୍ରଦୀପ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିବାଦ ସଭା କରାଯାଇଥିଲା ।ଶ୍ରୀ ମହାପାତ୍ର ଙ୍କ କହିବା ମୁତାବକ ପେଟ୍ରୋଲ, ଡିଜେଲ ବଢିବା ଦ୍ଵାରା ,ଯାତ୍ରୀପରିବହନ ଏବଂ ମାଲ ପରିବହନ ଉପରେ ପ୍ରତ୍ୟକ୍ଷ ପ୍ରଭାବ ପଡୁଛି । ଯଦ୍ୱାରା ଅତ୍ୟାବଶ୍ୟକ ଖାଉଟି ତାଲିକାରେ ଆସୁଥିବା ୨୩ଟିନିତ୍ୟ ବ୍ୟବହାର୍ୟ୍ୟ ସାମଗ୍ରୀ ମୂଲ୍ୟ ବୃଦ୍ଧି ଘଟିଛି । ତେଣୁ ଏହାକୁ ଅତ୍ୟାବଶ୍ୟକ ତାଲିକାରୁ ବାଦ ଦେବାପାଇଁ ଦାବି କରାଯାଇଛି। ତତ ସହିତ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ରୁ ଆଦାୟ ହେଉଥିବା ଶୁଳ୍କ ରୁ ଗରିବ ଲୋକଙ୍କୁ ପ୍ରତି ମାସରେ ୭୫୦୦ଟଙ୍କା ,ଛଅ ମାସ ପର୍ୟ୍ୟନ୍ତ ଦେବାକୁ ଦାବି କରାଯାଇଛି। ଖାଦ୍ୟସାମଗ୍ରୀ ର କଳାବଜାରୀ ରୋକିବା, ପେଟ୍ରୋଲ, ଡିଜେଲ ଦର କମାଇବା ପ୍ରଭୁତି ଏମିତି ଏନେକ ଦାବି କୁ ଉପସ୍ଥାପନ କରାଯାଇଥିଲା । ଏଥିରେ ସିପିଆଇ ଜିଲ୍ଲା ସଂଯୋଜକ ଶ୍ରୀ ଅମରେନ୍ଦ୍ର ମହାନ୍ତି,ସିପିଆଇ (ଏମ)ଜିଲ୍ଲା କମିଟି ସଭ୍ୟ ମଧୁସୂଦନ ପତି,ଅଭୟ ସ୍ୱାଇଁ,ସୁବାଷ ଚନ୍ଦ୍ର ବେଜ,ଇଂ ମନମୋହନ ପତି,ଗୋପାଳ ରାଉତ,ଚନ୍ଦ୍ରକାନ୍ତ ବେହେରା ପ୍ରମୁଖ ବହୁ ନେତା ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.