Monday , November 29 2021
Breaking News
Home / ବିଶେଷ / ଜିଏସଟି ଫାଙ୍କି ସୁନା ଗହଣା ଚାଲାଣର ପର୍ଦ୍ଧାଫାସ

ଜିଏସଟି ଫାଙ୍କି ସୁନା ଗହଣା ଚାଲାଣର ପର୍ଦ୍ଧାଫାସ

କଟକ, ୧୫/୦୭/୨୦୨୧(ଓଡ଼ିଶା ସମାଚାର/ଦେବାଶିଷ ରଥ)- ପଂଜାବ ଅମୃତସର ରୁ ସୁନା ଗହଣା ବେଆଇନଭାବେ ଜିଏସଟି ଫାଙ୍କି ଚୋରାରେ ଆସି କଟକରେ ବିକ୍ରୀ ହେଉଥିବା ଘଟଣାର ପର୍ଦ୍ଧାଫାସ ହୋଇଛି । କଟକ ମାଲଗୋଦାମ ପୁଲିସ ଥାନା ଆଇଆଇସି ତୃପ୍ତିରଂଜନ ନାୟକ ଙ୍କ ନେତୃତ୍ୱରେ ଏସଆଇ ସୁନୀଲ ଯାଦବ ଓ ଟିମ ଷ୍ଟେସନବଜାର ଅଂଚଳରେ ଚଢ଼ାଉ କରି ୩ ଜଣ ବେଆଇନଭାବେ ଜିଏସଟି ଫାଙ୍କି ସୁନା ଗହଣା ଚାଲାଣ କରୁଥିବା ଜାଣିବାକୁ ପାଇବା ସହ ସେମାନଙ୍କ ନିକଟରୁ ୨୭,୮୦୦ ଟି ସୁନା ଛାଉଣୀ ଗହଣା ଓ ୨ କେଜି ୨୯ ଗ୍ରାମ ର ସୁନା ମିଶ୍ରିତ ଗହଣା ଜବତ କରିଥିଲେ । ସମ୍ପୃକ୍ତ ୩ ଜଣ ହେଉଛନ୍ତି ଗୁରୁଜିତ ସିଂ, ମନପ୍ରିତ ସିଂ ଓ ରଂଜନ ସାହୁ । ତଦନ୍ତ ରୁ ସେମାନେ ଜିଏସଟି ଫାଙ୍କି ଏହିପରି ବେଆଇନଭାବେ ସୁନା ଗହଣା ଚାଲାଣ କରୁଥିବା ଜାଣିବାକୁ ମିଳିଥିଲା । ଜିଏସଟି ଅଧିକାରୀଙ୍କୁ ଜଣାଇବା ପରେ ୧ଲକ୍ଷ ୬୫ ହଜାର ଟଙ୍କାର ଜିଏସଟି ଫାଙ୍କିଛନ୍ତି । ତେଣୁ ଜିଏସଟି  ଟ୍ୟାକ୍ସ ଓ ଜୋରିମାନା ମିଶି ମୋଟ୍ ୩ ଲକ୍ଷ ୨୩ ହଜାର ୧୧୮ ଟଙ୍କା ଆଦାୟ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ପ୍ରାଥମିକ ଶିକ୍ଷା ସଚେତନତା ପାଇଁ ଗୁଞ୍ଜରଣ ଯାତ୍ରା

ବାଲିଗୁଡା,୨୮/୧୧ /୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ସ୍ତରୀୟ ମହିଳା ଜୀବିକା ସୁରକ୍ଷା ମଞ୍ଚ ଓ ଜୀବିକା ସୁରକ୍ଷା …

Leave a Reply

Your email address will not be published. Required fields are marked *