Sunday , March 26 2023
Breaking News
Home / ବିଶେଷ / ଜମି ବନ୍ଦୋବସ୍ତରେ ଜାଲିଆତି ଅଭିଯୋଗ

ଜମି ବନ୍ଦୋବସ୍ତରେ ଜାଲିଆତି ଅଭିଯୋଗ

କେନ୍ଦ୍ରାପଡ଼ା,୧୫/୦୭/୨୦୨୧(ଓଡ଼ିଶା ସମାଚାର)- ମୋଟା ଅଙ୍କର ହାତଗୁଞ୍ଜା ନେଇ ଜମି ବନ୍ଦୋବସ୍ତରେ ଜାଲିଆତି କରିଥିବା ସରକାରୀ କର୍ମଚାରୀଙ୍କ କଳାକରନାମା ଏବେ କେନ୍ଦ୍ରାପଡାରେ ଚର୍ଚ୍ଚାର ବିଷୟ ପାଲିଟିଛି । ଜିଲ୍ଲାର ଡେରାବିଶ ତହସିଲ ଅଧିନ ଚାନ୍ଦୋଳର ବାଙ୍କୀମୁଣ୍ଡେଇ ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଅଭିଯୋଗକାରୀ ଦିଲ୍ଲିପ କୁମାର ମହାନ୍ତିଙ୍କ ଅଭିଯୋଗ ଅନୁଯାୟୀ ଡେରାବିଶ ତହସିଲ ଅଧିନସ୍ଥ ଚାନ୍ଦୋଳ ମୈାଜାର ୧୯୩୦ ମସିହା ସାବକ ଖାତା ନଂ ୩୨୪ ବନ୍ଦୋବସ୍ତ ରେକର୍ଡକୁ ଜାଲିଆତି କରାଯାଇ ଦୁଇ ପ୍ରକାର ପଟ୍ଟା ପ୍ରଦାନ କରାଯାଇଛି । ରେକର୍ଡ ରୁମ୍ ୧୯୩୦ ମସିହା ମୈାଜା ଚାନ୍ଦୋଳ ସାବକ ଖାତା ନଂ ୩୨୪ର ଥିବା ୨୬ ଗୋଟି ପ୍ଲଟ୍ ଜାଲିଆତି କରି ତାଙ୍କୁ ତା.୧୯/୦୯/୨୦୧୬ରିଖରେ ବିନା ଦଖଲ ନୋଟ ଥିବା ୧୭ ଗୋଟି ପ୍ଲଟ୍ ପ୍ରଦାନ କରାଯାଇଛି । ପୁନର୍ବାର ତା.୦୩/୦୮/୨୦୧୮ ମସିହାରେ ୨୬ ଗୋଟି ପ୍ଲଟ୍ରୁ ୧୭ ଗୋଟି ପ୍ଲଟ୍ ଦଖଲ ନୋଟ୍ ଥିବା ପଟ୍ଟା ପ୍ରଦାନ କରାଯାଇଛି । ଏହି ୧୭ ଗୋଟି ପ୍ଲଟ୍ ମଧ୍ୟରୁ ସାବକ ପ୍ଲଟ୍ ନଂ ୨୩୧ରେ ୫ ଡିସିମିଲ୍ ରାସ୍ତା ମୁତାବକ ପ୍ଲଟ୍ ଅନୁସାରେ ବନମାଳି ମହାନ୍ତି ଓ କହ୍ନେଇ ମହାନ୍ତି ନାମରେ ରେକର୍ଡ ଥିଲେ ମଧ୍ୟ ପ୍ରତିପକ୍ଷଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଗ୍ରହଣ କରି ଖାତା ନଂ ୩୨୪ର ପ୍ଲଟ୍ ନଂ ୨୩୧କୁ ଚିରି ଦିଆଯାଇ ତାଙ୍କୁ ପ୍ରଦାନ କରାଯାଇଥିବା ପଟ୍ଟାରେ ଯାହା ଦର୍ଶାଇଛନ୍ତି ତାହା ଅସ୍ପଷ୍ଟ ଦେଖାଯାଉଛି । ଦଖଲ ନୋଟରେ ଥିବା ପ୍ରକୃତ ମାଲିକଙ୍କ ନାମ କାଟି ଅପର ପକ୍ଷକୁ ଦଖଲ ନୋଟ ନଥିବା ଜାଲିଆତି ପଟ୍ଟା ପ୍ରଦାନ କରାଯାଇଛି । ଉକ୍ତ ଜାଲିଆତି ପଟ୍ଟାକୁ ଅପରପକ୍ଷ ନେଇ କମିଶନ କୋର୍ଟରେ ଦାଖଲ କରିଛନ୍ତି । ଡେରାବିଶ ତହସିଲ ଅଫିସରୁ ଉକ୍ତ ୧୯୩୦ ମସିହା ଜମିଜମା ରେକର୍ଡ ଜିଲା ଅଫିସକୁ ଅଳ୍ପଦିନ ତଳେ ଆସିବା ପରେ ପ୍ରତିପକ୍ଷ ଜିଲା ଅଫିସରୁ ମଧ୍ୟ ଉକ୍ତ ଜାଲିଆତି ଦଖଲ ନୋଟ ନଥିବା ପଟ୍ଟା ନେଇଛନ୍ତି । ଡେରାବିଶ ତହସିଲ ୧୯୩୦ ମସିହାର ଦୁଇପ୍ରକାର ପଟ୍ଟା ପ୍ରଦାନ କରିବାରୁ ସି.ଓ ଅଫିସରୁ ଆର.ଟି.ଆଇ ଆକ୍ଟ ମାଧ୍ୟମରେ ମୈାଜା ଚାନ୍ଦୋଳ ଖାତା ୩୨୪ର ରେକର୍ଡ ମାଗିବାରୁ ତାଙ୍କୁ ସି.ଓ ଅଫିସରେ ରେକର୍ଡ ପ୍ରଦାନ କରାଯାଇଛି । ଯେଉଁଥିରେ ସାବକ ଖାତା ୩୨୪ର ସମସ୍ତ ଦଖଲ ନୋଟ ଥିବା ୨୬ ଗୋଟି ପ୍ଲଟ ରହିଛି । ଡେରାବିଶ ତହସିଲରେ ହୋଇଥିବା ୧୯୩୦ ମସିହାର ସାବକ ଖାତା ୩୨୪ ରେକର୍ଡକୁ ଦୁଇପ୍ରକାର ପଟ୍ଟା ପ୍ରଦାନ କରିଥିବାରୁ ଉକ୍ତ କର୍ମଚାରୀମାନଙ୍କୁ ଆଇନ୍ ଅନୁଯାୟୀ ଦଣ୍ଡିତ କରାଯାଇ ଦିଲ୍ଲିପଙ୍କୁ ୧୯୩୦ ମସିହାର ୩୨୪ ଖାତାର ସଠିକ୍ ରେକର୍ଡ ପ୍ରଦାନ କରାଯିବାକୁ ଅତିରିକ୍ତ ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.