Tuesday , October 3 2023
Breaking News
Home / ଶିକ୍ଷା / କେନ୍ଦ୍ରାପଡ଼ା ଜିଲ୍ଲାର ୨୮ ଟି ସ୍କୁଲରେ ହେବ ସ୍ମାର୍ଟ କ୍ଲାସ୍ ରୁମ୍ , ଉପକୃତ ହେବେ ୧୧ ହଜାର ଛାତ୍ରଛାତ୍ରୀ

କେନ୍ଦ୍ରାପଡ଼ା ଜିଲ୍ଲାର ୨୮ ଟି ସ୍କୁଲରେ ହେବ ସ୍ମାର୍ଟ କ୍ଲାସ୍ ରୁମ୍ , ଉପକୃତ ହେବେ ୧୧ ହଜାର ଛାତ୍ରଛାତ୍ରୀ

କେନ୍ଦ୍ରାପଡ଼ା, ୧୫/୦୭/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଲକରେ ଥିବା ୨୮ଟି ସ୍କୁଲରେ ସ୍ମାର୍ଟ କ୍ଲାସ୍ ରୁମ୍ ପ୍ରତିଷ୍ଠା କରାଯିବ । ଏହାଦ୍ୱାରା ପ୍ରାୟ ୧୧ ହଜାର ଛାତ୍ରଛାତ୍ରୀ ଇ-ପାଠପଢା ଡିଜିଟାଲ ସିଷ୍ଟମରେ ଶିକ୍ଷାଲାଭ କରିବେ ।
ପାରମ୍ପରିକ ବ୍ଲାକବୋର୍ଡ ଧଳା ଚକଖଡି ବଦଳରେ ହ୍ୱାଇଟ୍ ବୋର୍ଡ ଓ ବ୍ଲାକ ଚକଖଡି ବ୍ୟବହାର କରାଯାଇ ଶିକ୍ଷାଦାନ କରାଯିବ । ଡିଜିଟାଲ ସିଷ୍ଟମରେ ଶିକ୍ଷା ପ୍ରଦାନ ପାଇଁ ଜିଲ୍ଲାର ମୋଟ୍ ୨୮ଟି ସ୍କୁଲର ୫୬ଟି ପ୍ରାରମ୍ପରିକ କ୍ଲାସରୁମ୍ କୁ ଇ-କ୍ଲାସରୁମ୍ ରେ ପରିବର୍ତନ କରାଯିବ । ଚଳିତ ଜୁଲାଇ ମାସ ଶେଷ ସୁଦ୍ଧା ଇ-କ୍ଲାସରୁମ୍ ପ୍ରତିଷ୍ଠା କରାଯିବା ପରେ ପରବର୍ତୀ ପର୍ଯ୍ୟାୟରେ ସମିଳିତ ଶ୍ରେଣୀକକ୍ଷ ପରିଚାଳନା କରାଯିବ । ଭିଡିଓ କନଫରେନ୍ସ ମାଧ୍ୟମରେ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ, ଜିଲ୍ଲା ଶିକ୍ଷାଧିକାରୀ, ସମ୍ପୃକ୍ତ୨୮ଟି ସ୍କୁଲର ପ୍ରଧାନ ଶିକ୍ଷକ, ୯ଟି ବ୍ଲକର ବିଡିଓ ଙ୍କ ସହିତ ଆଲୋଚନା କରିଥିଲେ । ସମିଳିତ ଶ୍ରେଣୀ କକ୍ଷ ପରିଚାଳନା ପାଇଁ ଏହି ୨୮ଟି ବିଦ୍ୟାଳୟରେ ୨ କୋଠରୀ ବିଶିଷ୍ଟ ୨ ମହଲା ଶ୍ରେଣୀ କକ୍ଷ ନିର୍ମାଣ କରାଯିବ । ତଳ ମହଲାରେ ଡିଜିଟାଲ ମାଧ୍ୟମରେ ଶିକ୍ଷାଦାନ କରାଯିବା ବେଳେ ଉପର ମହଲାରେ ଇ-ଲାଇବ୍ରେରୀ ଓ ଇଲାବ୍ରୋଟାରି ପ୍ରତିଷ୍ଠା କରାଯିବ । ଏହି ବୈଠକରେ ଜିଲ୍ଲାପାଳଙ୍କ ସମେତ ପିଡି ଡିଆରଡିଏ ଦିଲିପ କୁମାର ପରିଡା, ଉପ ଜିଲ୍ଲାପାଳ ନିରଞ୍ଜନ ବେହେରା, ଜିଲ୍ଲା ଶୀକ୍ଷାଧିକାରୀ ସଂଜୀବ କୁମାର ସିଂହ, ଜିଲ୍ଲା ବିଜ୍ଞାନ ପରିଚାଳକ ତଥା ବିଦ୍ୟାଳୟ ସଂଯୋଜକ ପୀତବାସ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଏହି ବିଦ୍ୟାଳୟ ମଧ୍ୟରୁ ଆଳି ଓ ରାଜକନିକା ବ୍ଲକ୍ ର -୫ ଟି, ଡେରାବିଶ ବ୍ଲକ୍ ର -୪ଟି, ଗରଦପୁର ବ୍ଲକ୍ ର -୪ ଟି, କେନ୍ଦ୍ରାପଡା ବ୍ଲକ୍ ର -୪ ଟି, ମହାକାଳପଡା ବ୍ଲକ୍ ର -୨ଟି, ମାର୍ଶାଘାଇ ବ୍ଲକ୍ ର -ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକ୍ ରେ ୩ଟି ଲେଖାଏଁ ସ୍କୁଲକୁ ନିଆଯାଇ ମୋଟ୍ ୨୮ ଟି ସ୍କୁଲରେ ପ୍ରାଥମିକ ପର୍ଯ୍ୟାୟରେ ୫୬ଟି ଇ-କ୍ଲାସରୁମ୍ ପରିଚାଳନା କରାଯିବ ବୋଲି ସୂଚନା ମିଳିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *