Friday , September 22 2023
Breaking News
Home / ବିଶେଷ / କୁଖ୍ୟାତ ଅପରାଧି ଘୁଙ୍ଗୁରୁ ଗିରଫ

କୁଖ୍ୟାତ ଅପରାଧି ଘୁଙ୍ଗୁରୁ ଗିରଫ

ପାରାଦ୍ୱୀପ ୧୫/୦୭/୨୦୨୧(ଓଡ଼ିଶା ସମାଚାର)-  ପାରାଦ୍ୱୀପ ଅଂଚଳର କୁଖ୍ୟାତ ଅପରାଧି ଦିପକ ବେହେରା ଓରଫ ଘୁଙ୍ଗୁରୁ କୁ ଗିରଫ କରିଛି ପାରାଦ୍ୱୀପ ପୋଲିସ । ପାରାଦ୍ୱୀପ ମଧୁବନ ସିଏଚ୍ଏ-୨୬ ନମ୍ବର ଘରେ ରହୁଥିବା ରାକେଶ କୁମାର ବିଶ୍ୱାଳ ଘରେ ଶୋଇଥିବା ବେଳେ ଅଭିଯୁକ୍ତ ଘୁଙ୍ଗୁରୁ ତାଙ୍କ ଘରେ ପଶିଥିଲା । ଘରେ ଥିବା ସାମସଙ୍ଗ ଏ ୫୦୫ ମୋବାଇଲ୍ ଯାହାର ମୁଲ୍ୟ ପ୍ରାୟ ୨୨ ହଜାର ହେବ ଅଭିଯୁକ୍ତ ଘୁଙ୍ଗୁରୁ ନେଇଯାଇଥିଲା । ଘରେ ଆବାଜ ଶୁଣି ରାକେଶ ଉଠି ଦେଖିବା ବେଳକୁ ଘୁଙ୍ଗୁରୁ ମୋବାଇଲ ନେଇ ଫେରାର ହୋଇଯାଇଥିଲା । ଏ ସମ୍ପର୍କରେ ରାକେଶ ପାରାଦ୍ୱୀପ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ୧୪୧/୨୧ ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଘୁଙ୍ଗୁରୁ କୁ କୋର୍ଟ ଚାଲଣ କରାଯାଇଛି । ଘୁଙ୍ଗୁରୁ ନାଁରେ ୫୨ଟି କେସ୍ ରହିଥିବା ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *