ଭୁବନେଶ୍ୱର,୧୫/୦୭/୨୦୨୧(ଓଡ଼ିଶା ସମାଚାର)-ଆସିଲା ଲକଡାଇନ୍ ର ନୂଆ ଗାଇଡଲାଇନ୍ । ଆସନ୍ତା ୨ସପ୍ତାହ ଯାଏଁ ସାରା ରାଜ୍ୟରେ ଆଶିଂକ ଲକଡାଇନ୍ । ଏ ନେଇ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର । ତାଙ୍କ ସୂଚନାନୁଯାୟୀ, ବର୍ତ୍ତମାନ ୧୦୦ ଜଣରେ ୩ଜଣ ପଜିଟିଭ ବାହାରୁଛନ୍ତି । କାଟାଗୋରୀ ବି ଜିଲ୍ଲାରେ ସଂକ୍ରମଣ ଅଧିକ ରହିଛି ।
ଅଗଷ୍ଟ ୧ ସକାଳ ୬ଟା ଯାଏଁ ଆଂଶିକ ଲକଡାଉନ୍ । ପୂର୍ବରୁ ୩୦ଟି ଜିଲ୍ଲାକୁ ୨ଟି କାରାଗୋରୀରେ ବିଭକ୍ତ କରାଯାଇଛି । ସେହି ଅନୁସାରେ କାଟାଗୋରୀ ‘ଏ’ ରେ ୨୦ଟି ଜିଲ୍ଲା ଏବଂ କାଟାଗୋରୀ ବି ରେ ୧୦ଟି ଜିଲ୍ଲା ରହିଛି । କାଟାଗୋରୀ ଏ ରେ ସକାଳ ୬ରୁ ରାତି ୮ଟା ଯାଏଁ ଦୋକାନ ଖୋଲା ରହିବ । କାଟାଗୋରୀ ବି ରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏଁ ଦୋକାନ ଖୋଲା ରହିବ । କାଟାଗୋରୀ ଏ ରେ ରାତି ୮ଟାରୁ ସକାଳ ୬ଟା ଯାଏଁ ନାଇଟ କର୍ଫୁ ଲାଗୁ ହେବ ।
ସବୁଠାରୁ ବଡକଥା ହେଉଛି ଖୋଲିବ ଜିମ୍-ବିୟୁଟି ପାର୍ଲର । ସମଗ୍ର ରାଜ୍ୟରେ ବସ୍ ଚଳାଚଳ କରିବ । ଟ୍ୟାକ୍ସି-ଅଟୋ ବି ସବୁ ଜିଲ୍ଲାରେ ଚାଲିବ । ଆଉଟଡୋର ସୁଟିଂକୁ ଅନୁମତି ମିଳିଛି । ପାର୍କ, ମଲ, ସିନେମା ହଲ, ବାର୍ ବନ୍ଦ ରହିବ । ସ୍କୁଲ, କୋଚିଂ ସେଣ୍ଟର ବନ୍ଦ ରହିବ । ରେଷ୍ଟୁରାଣ୍ଟ ଉଠା ଦୋକାନୀ କେବଳ ପାର୍ସଲ ଦେବେ , ସେଠାରେ ବସିକି କେହି ଖାଇପାରିବେ ନାହିଁ । ବିବାହ ଓ ଅନ୍ୟାନ୍ୟ କାର୍ୟ୍ୟକ୍ରମରେ ପୂର୍ବ କଟକଣା ଜାରି ରହିବ ।
ସମଗ୍ର ରାଜ୍ୟରେ ପାର୍ଲର, ସେଲୁନ, ବିୟୁଟି ପାର୍ଲର କାଲିଠୁ ଖୋଲା।କଟକଣା ସହ ଖୋଲିବ ଜିମ୍,ପାର୍ଲର। ସମସ୍ତେ ନିୟମ ମାନିବାକୁ ବାଧ୍ୟ । କ୍ୟାଟାଗୋରୀ ବି ଜିଲ୍ଲାରେ ରହିବ ସପ୍ତାହାନ୍ତ ଲକଡାଇନ୍ । ଆସନ୍ତା କାଲିଠୁ ସାରା ରାଜ୍ୟରେ ଖୋଲିବ ସ୍ପା ଓ ଜିମ୍। ସାରା ରାଜ୍ୟରେ ଚାଲିବ ବସ୍, ଅନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ। ସାରା ରାଜ୍ୟରେ ଇନ୍ ଡ଼ୋର ଓ ଆଉଟ୍ ଡ଼ୋର ସୁଟିଂ ହୋଇ ପାରିବ। ଯାତ୍ରା ପାର୍ଟି ଉପରେ ପୂର୍ବ ଭଳି କଟକଣା ଲାଗୁ । . ହୋଟେଲ୍ ଓ ରେଷ୍ଟୁରାଣ୍ଟରେ କେବଳ ପାର୍ସଲକୁ ଅନୁମତି। ବିବାହ ଓ ଶୁଦ୍ଧିକ୍ରିୟାରେ ପୂର୍ବ ଭଳି କଟକଣା ରହିବ। ସମଗ୍ର ରାଜ୍ୟରେ ଗଡିବ ବସ୍। ଯେତିକି ସିଟ୍ ସେତିକି ଲୋକଙ୍କୁ ଅନୁମତି। କେବଳ ପୁରୀ ସହରରେ ୨୫ ଜୁଲାଇ ଯାଏ କୌଣସି ବସ୍ ଯାଆସ୍ କରିପାରିବ ନାହିଁ। ଟାକ୍ସି, ଅଟୋ ଓ ରିକ୍ସା ସମଗ୍ର ରାଜ୍ୟରେ ଚଳାଚଳ କରିବ। ଡ୍ରାଇଭର ସହ ଦୁଇ ଜଣ ଯାତ୍ରୀ ଯାତ୍ରା କରିବାକୁ ଅନୁମତି । କାଟେଗୋରୀ ଏ ରେ ୨୦ ଓ ବି ରେ ୧୦ ଜିଲ୍ଲା ପୂର୍ବ ପରି ରହିବ । କାଟେଗୋରୀ ଏ ରେ ରାତି ୮ଟା ଯାଏଁ ଖୋଲିବ ଦୋକାନ ବଜାର । କାଟେଗୋରୀ ବି ରେ ସଂଧ୍ୟା ୫ଟା ଯାଏ ଖୋଲିବ ଦୋକାନ ବଜାର । କାଟେଗୋରୀ ବି ରେ ସପ୍ତାହରେ ୫ ଦିନ ଖୋଲିବ ଦୋକାନ ବଜାର । କାଟେଗୋରୀ ବି ରେ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । କାଟେଗୋରୀ ବି ଜିଲ୍ଲାରେ ସାପ୍ତାହିକ ଓ ଦୈନିକ ହାଟ ବନ୍ଦ ରହିବ । ସାରା ରାଜ୍ୟରେ ବିନା ଦର୍ଶକରେ ଖେଳ ହୋଇପାରିବ। କିନ୍ତୁ କୌଣସି ମେଳା ଓ ପ୍ରଦର୍ଶନୀ ହୋଇପାରିବ ନାହିଁ। ଓଡ଼ିଶା ସମାଚାର