Monday , March 27 2023
Breaking News
Home / କୃଷି / ଆଜିଠାରୁ  ଖରିଫ୍ ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ

ଆଜିଠାରୁ  ଖରିଫ୍ ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ

ଭୁବନେଶ୍ୱର,୧୫/୦୭/୨୦୨୧(ଓଡ଼ିଶା ସମାଚାର)- ଚଳିତ ଖରିଫରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଧାନସଂଗ୍ରହ ନିମନ୍ତେ ଅନଲାଇନ୍ ମାଧ୍ୟମରେ ଚାଷୀମାନଙ୍କର ନାମ ପଂଜୀକରଣ କାର୍ଯ୍ୟ ଜୁଲାଇ ୧୫ ତାରିଖରୁ ଆରମ୍ଭ ହେବ । ଏହା ଅଗଷ୍ଟ ମାସ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଖରିଫ ଧାନ ବିକି୍ର ନିମନ୍ତେ ଇଚ୍ଛୁକ ସମସ୍ତ ଚାଷୀଙ୍କୁ ସାନି ନାମ ପଂଜୀକରଣ କରିବାକୁ ପଡ଼ିବ । ପୂର୍ବ ପଂଜୀକରଣ ନବୀକରଣ ହେବ ନାହିଁ । ଚାଷୀମାନଙ୍କୁ ସେମାନଙ୍କର ଜମିଜମା, ବ୍ୟାଙ୍କ ଆକାଉଂଟ, ଆଧାର କାର୍ଡ, ମୋବାଇଲ୍ ନମ୍ବର ଆଦି ସମସ୍ତ ତଥ୍ୟ ଦାଖଲ କରବାକୁ ପଡ଼ିବ । ଯେଉଁ ଚାଷୀମାନେ ଚଳିତ ଖରିଫରେ ସେମାନଙ୍କର ବଳକା ଧାନ ସରକାରଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟରେ ବିକି୍ର କରିବାକୁ ଇଚ୍ଛୁକ ସେମାନଙ୍କୁ ନିକଟବର୍ତୀ ସୋସାଇଟିରେ ନାମ ପଂଜୀକରଣ କରିବାକୁ ପଡ଼ିବ । ଅଧିସ୍ୱୀକୃତ ପ୍ୟାକ୍ସ/ ଲ୍ୟାମ୍ପସ୍, ମହିଳା ସହାୟକ ଗୋଷ୍ଠୀ, ପାଣି ପଂଚାୟତ ରେ ନିଜ ନିଜ ଅଂଚଳ ନିମନ୍ତେ ଚାଷୀଙ୍କ ନାମ ରେ ଜିଷ୍ଟ୍ରେସନ୍ କରାଯିବ । ସୋସାଇଟିରେ ଧାନ ବିକି୍ର କରିବା ନିମନ୍ତେ ପୂର୍ବରୁ ନାମ ରେଜିଷ୍ଟ୍ରେସନ୍ କରାଇବା ବାଧ୍ୟତାମୂଳକ । ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଏହି ମର୍ମରେ ଏକ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇ ସମସ୍ତ ଜିଲ୍ଲାପାଳମାନଙ୍କୁ ପଠାଯାଇଛି । ସମସ୍ତ ୩୦ଟି ଜିଲ୍ଲାରେ ଚାଷୀ ନାମପଂଜୀକରଣ କରାଯିବ । ଏହି ପରିପ୍ରେକ୍ଷୀରେ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଏକ ନିର୍ଭୁଲ ଓ ଯୋଗ୍ୟ ଚାଷୀ ନାମ ପଂଜୀକରଣ ତାଲିକା ପ୍ରସ୍ତୁତ କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅଧିକାରୀମାନଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । ଚାଷୀମାନେ ଯେପରି ସୁବିଧାରେ ଫର୍ମ ପୂରଣ କରିପାରିବେ ସେଥି ନିମନ୍ତେ ପ୍ରତ୍ୟେକ ସୋସାଇଟିରେ ଏକ ହେଲ୍ପ ଡେସ୍କ ରହିବ । ନାମ ପଂଜୀକରଣ ତଥ୍ୟ ସମ୍ବନ୍ଧୀୟ କୌଣସି ଆପତି- ଅଭିଯୋଗ ଆସିଲେ ତାହାର ତୁରନ୍ତ ଶୁଣାଣି କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥି ସହିତ ଯାଂଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ପ୍ରତ୍ୟେକ ସୋସାଇଟିରେ ଚାଷୀ ପଂଜୀକରଣ ଫର୍ମ ଚାଷୀମାନଙ୍କୁ ବିନାମୂଲ୍ୟରେ ଯୋଗାଇ ଦିଆଯିବ । ଚାଷୀମାନେ ଫର୍ମରେ ନିର୍ଭୁଲ ତଥ୍ୟ ପ୍ରଦାନ କରିବେ  । କେହି ଭୁଲ ତଥ୍ୟ ପ୍ରଦାନ କଲେ ଧାନସଂଗ୍ରହ ପ୍ରକ୍ରିୟାରୁ ବାଦ ପଡ଼ିବେ ଏବଂ ଏହାକୁ ଅପଲୋଡ଼ କରିଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଚାଷୀମାନେ ଫର୍ମ ପୂରଣ କରିବା ପରେ ଫର୍ମ ସହିତ ଜମିପଟ୍ଟାର ନକଲ, ବ୍ୟାଙ୍କ ପାସ୍ ବହିର ପ୍ରଥମ ପୃଷ୍ଠା କପି, ଆଧାର କାର୍ଡର ନକଲ ଦାଖଲ କରିବେ । ଏଥି ସହିତ ଚାଷୀଙ୍କୁ ନିଜର କିମ୍ବା ପରିବାରର ଯେକୌଣସି ସଦସ୍ୟଙ୍କ ମୋବାଇଲ ଫୋନ୍ ନମ୍ବର ଦାଖଲ କରିବା ବାଧ୍ୟତାମୂଳକ କରାଯାଇଛି । ଅବୈଧ ଆଧାର କାର୍ଡ ନମ୍ବର ଥିବା ଚାଷୀ ରେଜିଷ୍ଟ୍ରେସନ୍ ଫର୍ମକୁ ନାମ ପଂଜୀକରଣ ନିମନ୍ତେ ବିବେଚନା କରାଯିବ ନାହିଁ । ଏଥି ସହିତ ଚାଷୀ ଚଳିତ ଖରିଫରେ କେତେ ଜମିରେ ଧାନ କରିଛନ୍ତି ତାହାର ପ୍ରକୃତ ତଥ୍ୟ ଦେବାକୁ ପଡ଼ିବ । ଚାଷୀ କେବେ ମଣ୍ଡିକୁ ଧାନ ଆଣିବେ, ତାହାର ସମୟ ମଧ୍ୟ ଉଲ୍ଲେଖ କରିବେ । ଭାଗଚାଷୀଙ୍କୁ ରେଜିଷ୍ଟ୍ରେସନ୍ ଫର୍ମ ସହିତ ଜମି ମାଲିକଙ୍କର ସମ୍ମତି ପତ୍ର ଦାଖଲ କରିବାକୁ ପଡ଼ିବ । ଏଥି ସହିତ ଭାଗଚାଷୀଙ୍କୁ ଜମି ମାଲିକ ଙ୍କ ଆଧାର କାର୍ଡÿର ନକଲ ଏବଂ ମୋବାଇଲ ୍ ନମ୍ବର ଦାଖଲ କରିବାକୁ ପଡ଼ିବ  । ଜମି ମାଲିକମାନଙ୍କ ସମ୍ମତି ପତ୍ର ବିନା ଭାଗଚାଷୀଙ୍କ ନାମ ପଂଜୀକୃତ ହୋଇପାରିବ ନାହିଁ । ସୋସାଇଟି ସଂପାଦକମାନେ ରେଜିଷ୍ଟ୍ରେସନ୍ ଫର୍ମରେ ଦିଆଯାଇଥିବା ତଥ୍ୟ ଏବଂ ଦାଖଲ କରାଯାଇଥିବା ତଥ୍ୟ ଯାଂଚ କରିସାରିବା ପରେ ଏହାକୁ ସୋସାଇଟିରେ ଡିଜିଟାଇଜ କରାଯିବ । ସମସ୍ତ ରେଜିଷ୍ଟ୍ରେସନ୍ ଫର୍ମର ଡିଜିଟାଇଜେସନ୍ କାର୍ଯ୍ୟ ଜୁଲାଇ ୧୮ ତାରିଖରୁ ଆଗଷ୍ଟ ୨୨ ତାରିଖ ମଧ୍ୟରେ ଶେଷ ହେବ । ନିର୍ଭୁଲ ନାମ ପଂଜୀକରଣ କରିବା ନିମନ୍ତେ ସୋସାଇଟି ଏବଂ ପର୍ଯ୍ୟବେକ୍ଷଣ ଅଧିକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ । ରେଜିଷ୍ଟ୍ରେସନ୍ କାର୍ଯ୍ୟକୁ ତ୍ୱରାନ୍ୱିତ ଏବଂ ତଦାରଖ କରିବା ନିମନ୍ତେ ଡିଆରସିଏସ୍,ଏଆରସିଏସ୍, ଡିଏସଡବ୍ଲୁ୍ୟ, ମିଶନ ଶକ୍ତି କୋଅର୍ଡିନେଟର, ସିଏସଓ, ଏସିଏସଓ, ଯୋଗାଣ ନିରୀକ୍ଷକ ପ୍ରମୁଖ ତଦାରଖ ଦାୟିତ୍ୱରେ ରହିବେ  । ଭୂଲେଖରେ ଉଲ୍ଲିଖିତ ହୋଇନଥିବା ଜମିଜମାର ତଥ୍ୟ, ବ୍ୟାଙ୍କ ଆକାଉଂଟ, ଜଳସେଚିତ ଜମି ଏବଂ ଭାଗଚାଷୀ ସମ୍ବନ୍ଧୀୟ ସମସ୍ତ ତଥ୍ୟର ଯାଂଚ ପ୍ରକି୍ରୟା ଆଦି କାର୍ଯ୍ୟ ସେପ୍ଟେମ୍ବର ୭ ତାରିଖ ସୁଦ୍ଧା ଶେଷ ହେବ ଏବଂ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଚାଷୀ ନାମପଂଜୀକରଣର ଚୂଡ଼ାନ୍ତ ମାଷ୍ଟର ତାଲିକା ପ୍ରସ୍ତୁତ କରାଯିବ  । ରେଜିଷ୍ଟ୍ରେସନ୍ କାର୍ଯ୍ୟ ସମୟରେ ସୋସାଇଟିରେ କୋଭିଡ୍ ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ନିର୍ଦ୍ଧେଶ ଦିଆଯାଇଛି  । ଓଡ଼ିଶା ସମାଚାର

Leave a Reply

Your email address will not be published.