Monday , September 25 2023
Breaking News
Home / ତାଜା ଖବର / ଆଉ ୨୧୧୦ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ-୬୬ ଜଣ ଙ୍କ ମୃତ୍ୟୁ

ଆଉ ୨୧୧୦ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ-୬୬ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୫/୦୭/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)-ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୧୧୦ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୨୧୩ଜଣ ସଙ୍ଗରୋଧ କେନ୍ଦ୍ର ରୁ ଚିହ୍ନଟ ହୋଇଥିବା ବେଳେ ୮୯୭ ଜଣ ସ୍ଥାନୀୟ ସଂଙ୍କ୍ରମିତ । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୪୬ଜଣ, ବାଲେଶ୍ୱର ଜିଲ୍ଲାରୁ ୧୬୮ଜଣ, ବରଗଡ଼ ଜିଲ୍ଲାରୁ ୧୪ଜଣ, ଭଦ୍ରକ ଜିଲ୍ଲାରୁ ୭୯ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୩ଜଣ, ବୌଦ୍ଧ ଜିଲ୍ଲାରୁ ୧୬ଜଣ, କଟକ ଜିଲ୍ଲାରୁ ୩୨୩ଜଣ, ଦେଓଗଡ଼ ଜିଲ୍ଲାରୁ ୫ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୫ଜଣ, ଗଜପତି ଜିଲ୍ଲାରୁ ୧୧ଜଣ, ଗଞ୍ଜାମ ଜିଲ୍ଲାରୁ ୧୬ଜଣ, ଜଗତସିଂହପୁର ଜିଲ୍ଲାରୁ ୬୭ଜଣ, ଯାଜପୁର ଜିଲ୍ଲାରୁ ୯୨ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୦ଜଣ, କଳାହାଣ୍ଡି ଜିଲ୍ଲାରୁ ୭ଜଣ, କନ୍ଧମାଳ ଜିଲ୍ଲାରୁ ୧୨ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୩୨ଜଣ, କେନ୍ଦୁଝର ଜିଲ୍ଲାରୁ ୬୬ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୪୫୮ଜଣ, କୋରାପୁଟ ଜିଲ୍ଲାରୁ ୧୯ଜଣ, ମାଲକାନାଗିରି ଜିଲ୍ଲାରୁ ୨୨ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୯୯ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୦ଜଣ, ନୟାଗଡ଼ ଜିଲ୍ଲାରୁ ୭୪ଜଣ, ନୂଆପଡ଼ା ଜିଲ୍ଲାରୁ ୨ଜଣ, ପୁରୀ ଜିଲ୍ଲାରୁ ୧୧୩ଜଣ, ରାୟଗଡ଼ା ଜିଲ୍ଲାରୁ ୨୯ଜଣ, ସମ୍ବଲପୁର ଜିଲ୍ଲାରୁ ୧୯ଜଣ, ସୋନପୁର ଜିଲ୍ଲାରୁ ୪ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୬୨ଜଣ, ଷ୍ଟେଟ ପୁଲ୍ ରୁ ୮୭ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୪୭୮୫୯ରେ ପହଞ୍ଚିଛି ।
ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୬୬ ଜଣ କରୋନା ଆକ୍ରାନ୍ତ ଙ୍କର ମୃତ୍ୟୁୂ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧ଜଣ ରହିଥିବା ବେଳେ ବରଗଡ଼ , ସୁନ୍ଦରଗଡ଼ ଜିଲ୍ଲାରୁ ୧୦ ଜଣେ ଲେଖାଏଁ ରହିଛନ୍ତି । ବାଲେଶ୍ୱର ଜିଲ୍ଲାରୁ ୮ଜଣ ରହିଥିବା ବେଳେ ସମ୍ବଲପୁର ଜିଲ୍ଲାରୁ ୭ଜଣ ରହିଛନ୍ତି । ସେହିପରି ଭଦ୍ରକ, ମୟୁରଭଞ୍ଜ ଜିଲ୍ଲାରୁ ୨ଜଣ ଲେଖାଏଁ ରହିଥିବା ବେଳେ ବଲାଙ୍ଗୀର, କଟକ, ଗଞ୍ଜାମ, ଜଗତସିଂହପୁର, କଳାହାଣ୍ଡି, ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୮୬୧କୁ ବୃଦ୍ଧି ପାଇଛି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୪୭୮୫୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୧୮୦୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୮୬୧ରେ ପହଞ୍ଚିଥିବା ବେଳେ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ସଂଖ୍ୟା ୫୩ରେ ସ୍ଥିର ରହିଛି । ଆଉ ୨୨୨୯୯ ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସାଧିନ ରହିଥିବା ବେଳେ ଏବେ ସୁଦ୍ଧା ରାଜ୍ୟରେ ୧୪୭୭୨୯୩୮ ସାମ୍ପୁଲ ଟେଷ୍ଟ୍ ହୋଇଛି ।ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *