Tuesday , March 28 2023
Breaking News
Home / ବିଶେଷ / ଅଟୋକୁ ଧକ୍କା ଦେଲା କାର-୨ ଗୁରୁତର

ଅଟୋକୁ ଧକ୍କା ଦେଲା କାର-୨ ଗୁରୁତର

ପାରାଦ୍ୱୀପ ୧୫/୦୭/୨୦୨୧(ଓଡ଼ିଶା ସମାଚାର)-  ପାରାଦ୍ୱୀପ ମଧୁବନ ନିକଟସ୍ଥ ହାଉସିଙ୍ଗ ବୋର୍ଡ କଲୋନୀ ନିକଟରେ ଏକ ଦୃତଗାମୀ କାର ଅଟୋକୁ ଧକ୍କା ଦେବାରୁ ଅଟୋ ଚାଳକ ଲକ୍ଷ୍ମଣ ପ୍ରଧାନ ଓ ଅଟୋରେ ଥିବା ନାବାଳିକା ଛାତ୍ରୀ ଗୁରୁତ୍ୱର ଆହାତ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ଗୁରୁବାର ଦିନ ମଧୁବନ ଏମଏମଟିସି କଲୋନୀରୁ ଜନୈକା ସ୍କୁଲ ଛାତ୍ରୀ ସୌମ୍ୟାଶ୍ରୀ ପ୍ରଧାନଙ୍କୁ ଓଡି୨୧ଏଚ୍-୬୩୭୪ ଅଟୋରେ ନେଇ ଲକ୍ଷ୍ମଣ ପ୍ରଧାନ ନୂଆବଜାରକୁ ଆସୁଥିଲେ । କପିଳମୁନୀ ମଠ ନିକଟରେ ଓଡି୩୩ଏସି-୦୦୬୩ ହିକ୍ଟର କାର ଦୃତ ଗତିରେ ଆସି ଅଟୋକୁ ଧକ୍କା ଦେଇଥିଲା । ଅଟୋରେ ଥିବା ସୌମ୍ୟାଶ୍ରୀ ଓ ଚାଳକ ଲକ୍ଷ୍ମଣ ଗୁରତର ଆହାତ ହୋଇଥିଲେ । ସେମାନଙ୍କୁ ବନ୍ଦର ଚିକିତ୍ସାଳୟକୁ ନିଆଯାଇଥିଲା । ଚାଳକ ଲକ୍ଷ୍ମଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି ।   ଓଡ଼ିଶା ସମାଚାର

Leave a Reply

Your email address will not be published.